ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତାକୁ ବାହାର ରାଷ୍ଟ୍ରରେ ଉପସ୍ଥାପନ କରିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

ଅପରେସନ ସିନ୍ଦୂର ପ୍ରେକ୍ଷାପଟ୍ଟରେ ଓ ସୀମାପାର ଆତଙ୍କବାଦ ବିପକ୍ଷରେ ଭାରତ ପକ୍ଷରୁ ସାତଟି ପ୍ରତିନିଧି ଦଳ ଏହି ମାସ ଶେଷ ବେଳକୁ ବିଭିନ୍ନ ଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମିଳିତ ଜାତିସଂଘ ନିରାପତ୍ତା ପରିଷଦର କିଛି ସଦସ୍ୟମାନଙ୍କ ସହ ସାତଟି ଦଳର ପ୍ରତିନିଧିମାନେ ନିଜ ନିଜ ଟିମ ସହ କିଛି ପ୍ରମୁଖ ରାଷ୍ଟ୍ର ଭ୍ରମଣରେ ଯିବାର କାର୍ଯ୍ୟକ୍ରମ ରହିଛି ।

ଆତଙ୍କବାଦର ସବୁପ୍ରକାର ରୂପକୁ ନିନ୍ଦା କରି ସେସବୁ ଦେଶରେ ଏହି ପ୍ରତିନିଧି ଦଳ ଭାରତର ଆଭିମୁଖ୍ୟକୁ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଆତଙ୍କବାଦ ବିପକ୍ଷରେ ଆମ ଦେଶର ଶୂନ୍ୟ ସହନଶୀଳତା ସମ୍ପର୍କରେ ପ୍ରତିନିଧିମାନେ ନିଜ ନିଜ ଆଭିମୁଖ୍ୟ ଉପସ୍ଥାପନ କରିବେ ।

All-party delegation to present India s zero tolerance towards terrorism to foreign countries

ଏହି ପ୍ରତିନିଧି ଦଳରେ ବିଭିନ୍ନ ଦଳର ସାଂସଦ, ରାଜନୈତିକ ବ୍ୟକ୍ତି ବିଶେଷ, ବିଭିନ୍ନ କୂଟନୈତିକମାନେ ଅନ୍ତର୍ଭୁକ୍ତ ରହିବେ । କଂଗ୍ରେସର ଶଶୀ ଥରୁର, ବିଜେପିର ରବିଶଙ୍କର ପ୍ରସାଦ, ଜେଡିୟୁର ସଞ୍ଜୟ କୁମାର ଝା, ବିଜେପିର ବୈଜୟନ୍ତ ପଣ୍ଡା, ଡିଏମକେର କାନିମୋଝି, ଏନସିପିର ସୁପ୍ରିୟା ସୁଲେ, ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରମୁଖ ସାତଟି ପ୍ରତିନିଧି ଦଳର ନେତୃତ୍ୱ ନେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+