ଆଜିଠାରୁ ପାଠପଢ଼ା ସ୍ୱାଭାବିକ; ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍‍

ଆଜିଠାରୁ ପାଠପଢ଼ା ସ୍ୱାଭାବିକ । ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ୍‍ ଚାଲିବ । ଶନିବାର ସକାଳ ୭ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପାଠପଢ଼ା ହେବ ବୋଲି ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗ୍ରୀଷ୍ମ ଅବକାଶ ପରେ କେତେକ ଜିଲ୍ଲାରେ ୧୮ ତାରିଖରେ ସ୍କୁଲ୍‍ ଖୋଲିଥିଲା । ମାତ୍ର ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ୨୧ତାରିଖ ଯାଏଁ ସ୍କୁଲ୍‍ ସମୟରେ ପରିବର୍ତ୍ତନ କରାଯାଇଥିଲା । ପାଣିପାଗ ସ୍ଥିତିରେ ପରିବର୍ତ୍ତନ ହେବା ପରେ ବିଦ୍ୟାଳୟଗୁଡ଼ିକୁ ସ୍ୱାଭାବିକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

school
ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ରାଜ୍ୟରେ ପାଣିପାଗ ବଦଳିଛି । ମୌସୁମୀ ବର୍ଷା ସ୍ବାଭାବିକ ହୋଇଥିବାରୁ ସ୍କୁଲ ସ୍ବାଭାବିକ ହେବାରେ କୌଣସି ସମସ୍ୟା ନାହିଁ । ତେଣୁ ଆସନ୍ତାକାଲି ଅର୍ଥାତ ଜୁନ ୨୪ ସୋମବାର ଠାରୁ ସାରା ରାଜ୍ୟରେ ଦିନ ୧୦ଟା ରୁ ଖୋଲିବ ସ୍କୁଲ । ଆଉ ସକାଳୁଆ ସ୍କୁଲ କିମ୍ବା ଛୁଟି ବୃଦ୍ଧି ପାଇବ ନାହିଁ ।

ସୂଚନାଯୋଗ୍ୟ, ପୂର୍ବରୁ ଭୀଷଣ ଖରା ଏବଂ ପ୍ରବଳ ଗୁଳୁଗୁଳି ପାଇଁ ରାଜ୍ୟ ସରକାର ଛୁଟି ବଢାଇଥିଲେ। କିଛି ଜିଲାରେ ସକାଳୁଆ ସ୍କୁଲ ଓ ଆଉ କିଛି ଜିଲାରେ ଛୁଟିକୁ ବଢାଇଥିଲେ ଜିଲାପାଳ । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲାପାଳ ସ୍କୁଲ ଖୋଲିବା ସମ୍ବନ୍ଧୀୟ ନିଷ୍ପତ୍ତି ନେଇଥିଲେ।

ଏଥିସହିତ ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଦିଆଯିବ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣିତରେ ଭଲ ଜ୍ଞାନ ଆସିବ । ସମୟ ସମୟରେ ଏଭଳି ପଦକ୍ଷେପ ନିଆଯିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ସୂଚନାଯୋଗ୍ୟ ଯେ,ରାଜ୍ୟରେ ପ୍ରବଳ ଖରା କାରଣରୁ ସ୍ୱାଭାବିକ ଭାବେ ଚାଲିପାରୁନଥିଲା ସ୍କୁଲ । ହେଲେ ଏବେ ପାଣିପାଗ ବଦଳିଥିବାରୁ, ସ୍କୁଲ ସ୍ୱାଭାବିକ ଚାଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+