ସର୍ବଭାରତୀୟ ସ୍ତରର ପ୍ରଦର୍ଶନୀ : ‘ ଗାନ୍ଧୀ ଶିଳ୍ପବଜାର - ୨୦୨୨ ’ ଉଦ୍ଘାଟିତ
ସର୍ବଭାରତୀୟ ସ୍ତରର ପ୍ରଦର୍ଶନୀ ‘ ଗାନ୍ଧୀ ଶିଳ୍ପବଜାର - ୨୦୨୨ ’ ଉଦ୍ଘାଟିତ।
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ , ଓଡ଼ିଶା , ଭୁବନେଶ୍ଵର ଓ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିମିଟେଡ ( ଉତ୍କଳିକା ) ଦ୍ଵାରା ବିକାଶ ଆୟୁକ୍ତ ( ହସ୍ତଶିଳ୍ପ ) , ନୂଆଦିଲ୍ଲୀ ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ଏକ ୧୦ ଦିନ ବ୍ୟାପୀ ସର୍ବଭାରତୀୟ ସ୍ତରର ପ୍ରଦର୍ଶନୀ: ' ଗାନ୍ଧୀ ଶିଳ୍ପବଜାର ୨୦୨୨ ' ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଜଧାନୀର ଏକାମ୍ର ହାଟରେ ଆୟୋଜିତ ହେଉଛି ।

ଏହିଭଳି ଏକ ମେଳାର ଆୟୋଜନ ଓ ପରିଚାଳନା ତଥା ସର୍ବୋପରି କ୍ରୟକୁ ଦୃଷ୍ଟିରେ ରଖାଯାଇ ଆନୁମାନିକ ୧୦୦ ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଛି ଏବଂ ୭୦ ହଜାର ଦର୍ଶକଙ୍କ ଆଗମନର ସମ୍ଭାବନା ରହିଛି । ଆଜି ସନ୍ଧ୍ୟାରେ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଏହି ଉତ୍ସବର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଭୁବନେଶ୍ଵର ( ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା , ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ , ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି , ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର , ବିକାଶ ଆୟୁକ୍ତ ( ହସ୍ତଶିଳ୍ପ ) ର ବରିଷ୍ଠ ସହକାରୀ ନିର୍ଦ୍ଦେଶକ ଅଶୋକ କୁମାର ହୋତା , ସ୍ଵତନ୍ତ୍ର ଶାସନ ସଚିବ ତଥା ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଟେଲ ଏହି ବିଶେଷ ଉତ୍ସବରେ ଉପସ୍ଥିତ ଥିଲେ ।












Click it and Unblock the Notifications