ଚେତିଲା ଉଚ୍ଚଶିକ୍ଷା ବିଭାଗ; ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି

ବାଣୀବିହାରରେ ଛାତ୍ରୀଙ୍କୁ ନିର୍ଯାତନା ପରେ ଚେତିଲା ଉଚ୍ଚଶିକ୍ଷା ବିଭାଗ। ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)। ସବୁ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜକୁ ନିର୍ଦ୍ଦେଶ। ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ।
ICC ନେଇ ଆସନ୍ତା ୩୦ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶନାମା ଜାରି। ବିଶ୍ୱବିଦ୍ୟାଳୟ କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଚିଠି।

ସେକ୍ସୁଆଲ୍‌ ହାରାସ୍‌ମେଣ୍ଟ ସେଲ୍‌ରେ ହୋଇଥିବା ଅଭିଯୋଗ ଅନୁସାରେ ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚ୍ୟାମ୍ୱରରେ ଥିଲେ । ଠିକ୍‌ସେହି ସମୟରେ ଛାତ୍ରୀ ବହି ଆଣିବାକୁ ପ୍ରଫେସରଙ୍କ ଚ୍ୟାମ୍ୱରକୁ ଯାଇଥିଲେ। ସେତେବେଳେ ପ୍ରଫେସର ତାଙ୍କୁ ବସିବା ପାଇଁ କହିଥିଲେ । ସେ ବସିବା ପରେ ପ୍ରଫେସର ତାଙ୍କ ପାଖରେ ଆସି ବସିଥିଲେ। ଆଉ ତା'ପରେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିନା ଅନୁମତିରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ସ୍ପର୍ଶ କରିଥିଲେ । ଛାତ୍ରୀ ଜଣକ ଚିତ୍କାର କରି ତାଙ୍କ କବଳରୁ ବାହାରି ଆସିବା ପାଇଁ ଚେଷ୍ଟା କରିଥିଲେ ।

Higher Education Department All Higher Education Institutions shall have an Internal Grievance Committee

ପୀଡ଼ିତା ଜଣକ କହିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ କାହାକୁ କହିବାକୁ ସାହାସ ପାଇ ନ ଥିଲେ । ପରିବାରରେ ମା' ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଜଣାଇବା ସମ୍ଭବ ନଥିଲା । ତେବେ ସେ ଶେଷରେ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ । ଇତିମଧ୍ଯରେ ଗୋଟିଏ ମାସ ବିତିବାକୁ ବସିଲାଣି ହେଲେ ସମ୍ପୃକ୍ତ ପ୍ରଫେସରଙ୍କ ବିରୋଧରେ କୌଣସି ପ୍ରକାର କାର୍ଯାନୁଷ୍ଠାନ ନିଆଯାଇ ନାହିଁ ।

ତେବେ ଚ୍ୟାମ୍ୱର ଛାଡ଼ିବା ପୂର୍ବରୁ ଛାତ୍ରୀଙ୍କୁ ପ୍ରଫେସର କହିଥିଲେ, ତୁମେ ଯଦି ଏହାକୁ ପସନ୍ଦ କରୁଥିବ, ତାହାହେଲେ ଆଉ ଥରେ ଆସିବ। ମୁଁ ତୁମକୁ ପାଠ ପଢ଼ାରେ ସାହାଯ୍ୟ କରିବି। ଯଦି ପସନ୍ଦ ନଆସିଲା, ତାହାହେଲେ ଆସିବ ନାହିଁ। କିନ୍ତୁ ଯାହା ଘଟିଲା, ସେ ନେଇ କାହାକୁ କିଛି କହିବ ନାହିଁ ବୋଲି ପ୍ରଫେସର କହିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।

ଛାତ୍ରୀଙ୍କ ଅଭିଯୋଗ ନେଇ ସେକ୍ସୁଆଲ ହାରାସମେଣ୍ଟ ସେଲ୍ ପକ୍ଷରୁ କୁହାଯାଇଛି ଯେ, ଅଭିଯୋଗର ତଦନ୍ତ ଚାଲିଛି। ଖୁବଶୀଘ୍ର କର୍ତ୍ତୃପକ୍ଷଙ୍କୁ ଏ ସଂପର୍କରେ ରିପୋର୍ଟ ଦିଆଯିବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+