ରାଜ୍ୟରେ ଜଙ୍ଗଲ ନିଆଁକୁ ଦୃଷ୍ଟିରେ ରଖି ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ୍
ଜଙ୍ଗଲ ନିଆଁ ଆୟତ୍ତ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ସହ ପ୍ରତିଷେଧକ ବ୍ୟବସ୍ଥା ନେଇ ନେଇଛି ବନ ବିଭାଗ । କର୍ମଚାରୀ ମଧ୍ୟ ୨୪ ଘଣ୍ଟା ଆଲର୍ଟ ମୋଡରେ ଅଛନ୍ତି ଏବଂ ରାଜ୍ୟସ୍ତରରେ ସ୍ଥିତିର ମନିଟରିଂ କରାଯାଉଛି ।
ଭୁବନେଶ୍ବର: ରାଜ୍ୟ ଲାଇଫ ଲାଇନ କୁହାଯାଉଥିବା ଶିମିଳିପାଳ ଅଭ୍ୟୟାରଣ୍ୟ ସହ ଅନେକ ଜିଲ୍ଲାର ଜଙ୍ଗଲରେ ନିଆଁ ଲାଗିଛି । ଗ୍ରୀଷ୍ମପ୍ରବାହ ବଢିବା ସହିତ ଜଙ୍ଗଲ ନିଆଁ ମଧ୍ୟ ବ୍ୟାପକ ହେଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ୍ କରି ଦିଆଯାଇଛି ।

ଜଙ୍ଗଲ ନିଆଁ ଆୟତ୍ତ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ସହ ପ୍ରତିଷେଧକ ବ୍ୟବସ୍ଥା ନେଇ ନେଇଛି ବନ ବିଭାଗ । କର୍ମଚାରୀ ମଧ୍ୟ ୨୪ ଘଣ୍ଟା ଆଲର୍ଟ ମୋଡରେ ଅଛନ୍ତି ଏବଂ ରାଜ୍ୟସ୍ତରରେ ସ୍ଥିତିର ମନିଟରିଂ କରାଯାଉଛି ।
ଗ୍ରାଉଣ୍ଡରେ କାର୍ଯ୍ୟ କରୁଥିବା ବନ କର୍ମଚାରୀଙ୍କ ଛୁଟି ବାତିଲ୍ କରି ଦିଆଯାଇଛି । କୌଣସି ବି କର୍ମଚାରୀ ବିନା ଅନୁମତିରେ ଛୁଟିରେ ରହି ପାରିବେ ନାହିଁ । ଛୁଟି ନେବା ଲାଗି ଡିଏଫଓ ରାଙ୍କ କିମ୍ବା ତା'ଠାରୁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିବ । ଛୁଟି ନେଇ ପିସିସିଏଙ୍କୁ ଅବଗତ କରାଯିବ । ନିର୍ଦ୍ଦେଶନାମାର ଅନୁପାଳନ ନକଲେ ଏହାକୁ ଗୁରୁତର ସହ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କହିଛି ।

Click it and Unblock the Notifications