୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ, ସମୀକ୍ଷା ପରେ ମେୟର ସୁଲୋଚନା ଦାସଙ୍କ ସୂଚନା

ନୂଆ ରୂପ ପାଇବ ୪ ନମ୍ବର ମାଛ ମାର୍କେଟ । ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୪ ନମ୍ବର ମାଛ ମାର୍କେଟରେ ହେବ ନବକଳେବର । ଏନେଇ ସମୀକ୍ଷା କରିଛନ୍ତି ବିଏମ ମେୟର ଓ କମିଶନର ।

Sulochana Das

ରବିବାର ସକାଳୁ ସକାଳୁ ବିଏମ୍ସି ମେୟର ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଲ ରଣା ୪ ନମ୍ବରରେ ଥିବା ମାଛ ମାର୍କେଟ ପରିଦର୍ଶନ କରିଥିଲେ । ଏହି ଅବସରରେ ମାର୍କେଟର ନୂଆ ରୂପରେଖ ନେଇ ସମୀକ୍ଷା କରିଛନ୍ତି । ଏହାସହ କିପରି ପାର୍କିଂ ସହ ସମସ୍ତ ସୁବିଧା ଉପଲବ୍ଧ ହେବ । ସେନେଇ ଆଲୋଚନା ଏବଂ ସମୀକ୍ଷା ମଧ୍ୟ କରିଛନ୍ତି । ଖୁବଶୀଘ୍ର ମାଛ ମାର୍କେଟରେ ଥିବା ବେଆଇନ୍ ଘରକୁ ଭଙ୍ଗାଯିବ ନେଇ ମଧ୍ୟ ଆଲୋଚନା ହୋଇଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ୪ ନମ୍ବର ମାଛ ମାର୍କେଟର ନବକଳେବର ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା । ଖାସ୍ କରି ମାଛ ମାର୍କେଟରେ ହେଉଥିବା ଭିଡ଼ ଏବଂ ବେଆଇନ୍ ପାର୍କିଂକୁ କିପରି ସଠିକ୍ ଭାବେ ପରିଚାଳନା କରାଯିବ । ସେନେଇ ଯୋଜନା କରାଯାଇଥିଲା । ଆଉ ଏବେ ବିଏମ୍ସି କମିଶନର ଓ ମେୟର ୪ ନମ୍ବର ମାର୍କେଟ ବୁଲିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+