ନବ କଳେବର ହେବ ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ, ଭୁବନେଶ୍ୱରରେ ହେବ ୧୦ ମହଲା କୋଠାର ନୂଆ ସର୍କିଟ ହାଉସ
ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡ଼ିକର ହେବ ନବ କଳେବର। ଏନେଇ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ୍ କୋଠା ନିର୍ମାଣ ହେବ। କଲେକ୍ଟରେଟ୍ କୋଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯୋଡ଼ାଯିବ। ଜିଲ୍ଲାଗୁଡ଼ିକୁ ବଡ଼, ମଧ୍ୟମ ଓ କ୍ଷୁଦ୍ର ୩ ବର୍ଗରେ ବିଭକ୍ତ କରାଯାଇଛି।

ବଡ଼ ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ସ୍କୋୟାର ଫୁଟ୍ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ।ମଧ୍ୟମ ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ସ୍କୋୟାର ଫୁଟ୍ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ। କ୍ଷୁଦ୍ର ଜିଲ୍ଲାରେ ୧ ଲକ୍ଷ ସ୍କୋୟାର ଫୁଟ ଜମିରେ ନିର୍ମାଣ ହେବ ଜିଲ୍ଲାପାଳ କାର୍ଯ୍ୟାଳୟ। ଭୁବନେଶ୍ୱରରେ ନିର୍ମାଣ ହେବ ୧୦ ମହଲା କୋଠାର ନୂଆ ସର୍କିଟ ହାଉସ। ଯେଉଁଥିରେ ଜିମ୍, ଲାଇବ୍ରେରୀ ସହ ୱାନ BHK ଓ ଟୁ BHK ରହିବ।












Click it and Unblock the Notifications