ଆଜିଠୁ ଖୋଲିଲା ସିନେମା ହଲ୍
ଆଜିଠୁ ରାଜ୍ୟରେ ସମସ୍ତ ସିନେମା ହଲ୍ ଖୋଲିଲା । ପୁଣିଥରେ ବଡ ପରଦାରେ ଦର୍ଶକ ଦେଖିବେ ସିନେମା ।
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ସମସ୍ତ ସିନେମା ହଲ୍ ଖୋଲିଲା । ପୁଣିଥରେ ବଡ ପରଦାରେ ଦର୍ଶକ ଦେଖିବେ ସିନେମା । ସିଲଭର ସ୍କ୍ରିନରେ ପୁଣି ହେବ ବିଗ ବଜେଟ ଫିଲ୍ମର ରିଲିଜ । ବଡ ସ୍କ୍ରିନ ଓ ଡଲବି ସାଉଣ୍ଡର ପୁଣି ଥରେ ମଜା ଉଠାଇ ପାରିବେ ଦର୍ଶକ । ତେବେ କୋଭିଡ କଟକଣା ମଧ୍ୟରେ ରାଜ୍ୟର ସମସ୍ତ ସିନେମା ହଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କଣ କଣ ରହିଛି ନିୟମ:
- ୫୦ ପ୍ରତିଶତ ଦର୍ଶକ ହଲରେ ସିନେମା ଦେଖିପାରିବେ
- ପ୍ରତି ଶୋ ପରେ ସାନିଟାଇଜ୍ ହେବ ଥିଏଟର
- ହଲ୍ ଭିତରେ ଗୋଟିଏ ସିଟ୍କୁ ଛାଡ଼ି ଗୋଟିଏ ସିଟ୍ରେ ବସିବେ ଦର୍ଶକ
- ମୁହଁରେ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯିବ ।
- ଏଥି ପାଇଁ ଦାୟୀ ରହିବେ ସିନେମା ହଲ୍ କର୍ତ୍ତୃପକ୍ଷ ।
- ହଲ୍ରେ ସମସ୍ତ ପ୍ରକାର ଖାଦ୍ୟ ବାରଣ କରାଯାଇଛି ।
- ପ୍ରଥମ ପର୍ଯ୍ୟାୟରେ ବକ୍ସ ଅଫିସ୍ରେ ନିକଟରେ ରିଲିଜ୍ ହୋଇଥିବା କିଛି ଫିଲ୍ମକୁ ପ୍ରଦର୍ଶନ କରାଯିବ ।
ଉଲ୍ଲେଖ ଥାଉ, ଦୀର୍ଘ ୯ମାସରୁ ଊର୍ଦ୍ଧ୍ବ ସମୟ ଧରି ବନ୍ଦ ରହଥିବା ସିନେମା ହଲ ବ୍ୟବସାୟ ଏବେ ପୁନଃ ଆରମ୍ଭ ହେବାକୁ ଯାଉଛି । କରୋନାରେ ବ୍ୟାପକ ଭାବେ କ୍ଷତି ସହିଥିବା ସିନେମା ଜଗତ ଓ ହଲ୍ ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରିଛନ୍ତି।












Click it and Unblock the Notifications