BDA ପରିଚାଳିତ ସବୁ ପାର୍କ ଶନିବାର, ରବିବାର ଦିନସାରା ଖୋଲା ରହିବ, ଆସନ୍ତା ୧୩ ରୁ ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା ରହିବା ସମୟକୁ ନେଇ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ପ୍ରାତଃଭ୍ରମଣକାରୀ, ଫିଟନେସ୍ ପ୍ରେମୀ ଏବଂ ପରିଦର୍ଶକଙ୍କ ବାରମ୍ବାର ଅନୁରୋଧକୁ ଦୃଷ୍ଟିରେ ରଖି, ବିଡିଏ ନିଷ୍ପତ୍ତି ନେଇଛି ଯେ, ସପ୍ତାହାନ୍ତରେ (ଶନିବାର ଓ ରବିବାର) ସବୁ ପାର୍କ ଦିନସାରା ଖୋଲା ରହିବ। ଅପରାହ୍ନରେ ସାଧାରଣତଃ ଯାହା, ବନ୍ଦ କରାଯାଏ, ତାହା ଏବେ ହେବ ନାହିଁ। ଏହି ନୂଆ ନିୟମ ଆସନ୍ତା ଡିସେମ୍ବର ୧୩ ତାରିଖ ଠାରୁ ଲାଗୁ ହେବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

All BDA-run park

ସଂଶୋଧିତ ସମୟ ଅନୁଯାୟୀ, ସମସ୍ତ ବିଡିଏ-ପରିଚାଳିତ ପାର୍କ ଶନିବାର ଏବଂ ରବିବାର ସକାଳ ୫:୦୦ ରୁ ରାତି ୮: ୩୦ ପର୍ଯ୍ୟନ୍ତ ଖୋଲା ରହିବ, ଯାହା ଦ୍ଵାରା ଯେଉଁମାନେ ସପ୍ତାହାନ୍ତ (ଶନିବାର ଓ ରବିବାର) ବାହାରେ ବିତାଇବାକୁ ପସନ୍ଦ କରନ୍ତି ସେମାନଙ୍କ ପାଇଁ ନିରବଚ୍ଛିନ୍ନ ପ୍ରବେଶ କରି ପାରିବେ। ଏହି ପରିବର୍ତ୍ତନ ଚିତ୍ତବିନୋଦନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା, ଜନସାଧାରଣଙ୍କ ସୁବିଧାକୁ ଉନ୍ନତ କରିବା ଏବଂ ନାଗରିକମାନଙ୍କୁ ସହରର ସବୁଜ ପ୍ରାକୃତିକ ସ୍ଥାନଗୁଡ଼ିକୁ ବିଶ୍ରାମ, ଫିଟନେସ୍ ଏବଂ ସମାବେଶ ପାଇଁ ବ୍ୟବହାର କରିବାକୁ ଉତ୍ସାହିତ କରିବା ପାଇଁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

କର୍ତ୍ତୃପକ୍ଷ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଇନ୍ଦିରା ଗାନ୍ଧୀ ପାର୍କ (ଆଇଜି ପାର୍କ) ସପ୍ତାହର ସବୁ ଦିନ ସକାଳ ୫ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ତେଣୁ ସପ୍ତାହାନ୍ତ (ଶନିବାର ଓ ରବିବାର) ସହିତ ଅନ୍ୟ ଦିନଗୁଡ଼ିକରେ ମଧ୍ୟ ଏହି ପାର୍କଟି ସମାନ ସମୟରେ ଖୋଲା ରହିବ। ସେହିପରି ଅବଶିଷ୍ଟ ପାର୍କଗୁଡ଼ିକ ପାଇଁ, ସପ୍ତାହର ସମୟ ପୂର୍ବ ପରି ଜାରି ରହିବ - ସକାଳ ୫ଟାରୁ ସକାଳ ୧୧ଟା ୩୦ ଏବଂ ପୁଣି ଅପରାହ୍ନ ୩ଟା ୩୦ ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରତ୍ୟେକ ପାର୍କର ପ୍ରବେଶ ଦ୍ୱାରରେ ଖୁବ୍ ଶୀଘ୍ର ନୂତନ କାର୍ଯ୍ୟସୂଚୀ ସମୟ ବୋର୍ଡରେ ପ୍ରଦର୍ଶିତ ହେବ।

ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି ଯେ, ସହରବାସୀଙ୍କ ମନୋରଞ୍ଜନ ଅଭିଜ୍ଞତାକୁ ଆହୁରି ବୃଦ୍ଧି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। "ସପ୍ତାହନ୍ତରେ (ଶନିବାର ଓ ରବିବାର) ଅପରାହ୍ନ ବିରତି ବିନା ପାର୍କଗୁଡ଼ିକୁ ଖୋଲା ରଖିବା ଦ୍ୱାରା ଲୋକମାନେ ସେମାନଙ୍କର ସମୟ ଉପଭୋଗ କରିବା ପାଇଁ ଅଧିକ ସୁବିଧା ପାଇବେ। ସେହିଭଳି ଶ୍ରୀ ରାଣା ସମସ୍ତ ପରିଦର୍ଶକଙ୍କୁ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ଏବଂ ପାର୍କ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି।

ବର୍ତ୍ତମାନ ବିଡିଏ ଭୁବନେଶ୍ୱରରେ ଆଇଜି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ଏପିଜେ ଅବଦୁଲ କଲାମ ପାର୍କ, ମଧୁସୂଦନ ଦାସ ପାର୍କ, ଗୁରୁ କେଳୁ ଚରଣ ମହାପାତ୍ର ପାର୍କ ଏବଂ ବୁଦ୍ଧ ଜୟନ୍ତୀ ପାର୍କ ସମେତ ୫୦ ଟି ପ୍ରମୁଖ ପାର୍କ ପରିଚାଳନା କରୁଛି। ପ୍ରତିଦିନ ହାରାହାରି ପ୍ରାୟ ୩୫,୦୦୦ ଲୋକ ଏହି ପାର୍କଗୁଡ଼ିକୁ ପରିଦର୍ଶନ କରନ୍ତି। ଏହା ସହିତ, ସୁରକ୍ଷାକୁ ଉନ୍ନତ କରିବା ଏବଂ ସାମଗ୍ରିକ ପରିଦର୍ଶକଙ୍କ ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ବିଡିଏ ଅନେକ ପାର୍କରେ ଖେଳ ଉପକରଣଗୁଡ଼ିକର ବ୍ୟାପକ ରକ୍ଷଣାବେକ୍ଷଣ ଏବଂ ପୁନଃରଙ୍ଗ କାର୍ଯ୍ୟ ଆରମ୍ଭ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+