ଗଣତନ୍ତ୍ର ଦିବସରେ ବନ୍ଦ ରହିବ ସବୁ ଆମିଷ ଦୋକାନ
ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ବନ୍ଦ ରହିବ ସବୁ ଆମିଷ ଦୋକାନ। ମାଛ, ମାଂସ ଠାରୁ ଆରମ୍ଭ କରି ଅଣ୍ଡା, ଏହି ଦିନ ସବୁ ଆମିଷ ଦୋକାନ ବନ୍ଦ ରଖାଯିବ। ଏଭଳି ନିଷ୍ପତ୍ତି ନେଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ଶୁକ୍ରବାନ ଏନେଇ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି।

ନିଷ୍ପତ୍ତି ଅନୁସାରେ, ଜାନୁଆରୀ ୨୬ରେ ପାଳନ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ଉପରେ ପ୍ରତିବନ୍ଧକ ରହିବ। ଜାନୁଆରୀ ୨୬ ସୋମବାର ଜିଲ୍ଲାର ସବୁ ଅଞ୍ଚଳରେ ସବୁ ପ୍ରକାରର ଆମିଷ ଯେପରିକି ଛେଳି ମାଂସ, କୁକୁଡ଼ା ମାଂସ, ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ଆମିଷ ଖାଦ୍ୟ ବିକ୍ରି କରାଯାଇପାରିବ ନାହିଁ। ଆହୁରି ମଧ୍ୟ ଆମିଷ ଯେପରି ବିକ୍ରି ନହୁଏ ସେଥିପ୍ରତି କଡ଼ା ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।












Click it and Unblock the Notifications