ଲଘୁଚାପ ପ୍ରଭାବ, ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୮ ଜିଲ୍ଲାକୁ ସତକର୍ତା ଜାରି
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷ ସହ ଝଡତୋଫାନ ହୋଇଛି । ଦୁଇ ଦିନ ପାଇଁ ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୮ ଜିଲ୍ଲାକୁ ସତକର୍ତା ଜାରି ହୋଇଛି । ନେଇ ଆଜି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୧୮ ଜିଲ୍ଲାକୁ ୟେଲୋ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୧୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବିଷୁବ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି ।

ଏହାର ପ୍ରଭାବରେ ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେପଟେ ଲଘୁଚାପ ପ୍ରଭାବରେ କୋରାପୁଟ, ସୁବର୍ଣ୍ଣପୁର, ବରଗଡ଼ରେ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରୁ ଘଡଘଡି ସହ ଝିପିଝିପି ବର୍ଷାରେ ଭିଜୁଛି କୋରାପୁଟ ସହର । ଜିଲ୍ଲାର ପଟାଙ୍ଗି, ସିମିଳିଗୁଡା, ନନ୍ଦପୁର ଆଦି ଅଞ୍ଚଳରେ ବର୍ଷା ଦେଖିବାକୁ ମିଳିଛି। ଅଦିନିଆ ବର୍ଷା ଯୋଗୁଁ ଲୋକେ ହଇରାଣ ହେଉଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ମଧ୍ୟ କୁଆଁପଥର ମାଡ ସହ ବର୍ଷା ହୋଇଛି । ସନ୍ଧ୍ୟା ସମୟରେ ବିନିକା ସିଂହୀଯୁବା, ବାଗଡିଆ ଅଂଚଳରେ ବର୍ଷା ସହ କୁଆପଥର ମାଡ ଦେଖିବାକୁ ମିଳିଛି ।
ବର୍ଷା ଓ ପବନ ଯୋଗୁଁ ଲୋକଙ୍କ ଚାଲଛପର ଉଡିଯାଇଛି ପବନ ମାଡ଼ରେ ଗଛ ଉପୁଡି ପଡ଼ିଛି । କୁଆପଥର ମାଡ଼ରେ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଛି ପନିପରିବା । ବର୍ଷା ପାଣି ଲୋକଙ୍କ ଘରେ ଘରେ ପଶିଥିବା ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହଠାତ୍ ପ୍ରବଳ ବର୍ଷା ସହିତ କୁଆପଥର ମାଡ଼ ହୋଇଛି । ଜିଲ୍ଲାର ଅତାବିରା, ବରପାଲି, ବିଜେପୁର ଓ ବରଗଡ଼ ବ୍ଲକ୍ ଅନ୍ତର୍ଗତ ଅନେକ ଗାଁ କୁଆପଥର ସହ ବର୍ଷା ହୋଇଛି । କୁଆପଥର ମାଡ଼ ଯୋଗୁଁ ଧାନ, ପନିପରିବା ଓ ରବି ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଘର ଚାଳ, ସୋଲାର ପ୍ୟାନେଲ୍ ଓ ଯାନବାହାନରେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK






Click it and Unblock the Notifications