Get Updates
Get notified of breaking news, exclusive insights, and must-see stories!

କାଲି ଅକ୍ଷୟ ତୃତୀୟା: ଗାଜଲବାଡି ଜଙ୍ଗଲରୁ ପୁରୀ ଅଭିମୁଖେ ଗଲା ରଥକାଠ

ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ରଥକାଠ ଅନୁକୁଳ ସହ ଆରମ୍ଭ ହେବ ରଥକାମ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ।

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ରଥକାଠ ଅନୁକୁଳ ସହ ଆରମ୍ଭ ହେବ ରଥକାମ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ। ଏଥିପାଇଁ ରଥରେ ବ୍ୟବହାର ହେବାକୁ ଥିବା କାଠଗାଡି ଆଜି ପୂରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲାର ସୋରଡା ନିକଟ ଗାଜଲବାଡି ସଂରକ୍ଷିତ ଜଙ୍ଗଲରୁ ଚଳିତ ବର୍ଷ କାଠ ସଂଗ୍ରହ କରାଯାଇ ଭବ୍ଯ ଶୋଭାଯାତ୍ରାରେ ପୂରୀ ଗସ୍ତ କରିଛି।

Ratha Yatra

ରଥକାଠ ନେଇ ଯାଉଥିବା ଗାଡିଗୁଡିକୁ ଭକ୍ତମାନେ ସ୍ଥାନେ ସ୍ଥାନେ ଅଟକାଇ ପୂଜାର୍ଚ୍ଚନା କରିଛନ୍ତି। ସୋରଡାରେ ବିଧାୟକ ତଥା ପ୍ରଶାସନ ଉପସ୍ଥିତିରେ ପ୍ରଥମେ ସଙ୍କୀର୍ତ୍ତନ, ଶଙ୍ଖନାଦରେ ରଥ କାଠର ଭବ୍ଯ ସ୍ବାଗତ କରାଯାଇଛି। ଭକ୍ତମାନେ ନୂତନ ପାଟ, ଶାଢି, ଫୁଲ, ଚନ୍ଦନ ତଥା ସିନ୍ଦୁର ଇତ୍ୟାଦିରେ କାଠ ନେଉଥିବା ଗାଡିକୁ ପୂଜା କରିଛନ୍ତି।

ଗଞ୍ଜାମର ବିଭିନ୍ନ ବ୍ଲକ୍ ଦେଇ ଖୋର୍ଦ୍ଧା ରାସ୍ତାରେ ଏହି ଗାଡିଗୁଡିକ ପୂରୀରେ ପହଁଚିବ। ଗାଡିଗୁଡିକୁ ପ୍ରଶାସନ ତଥା ପୋଲିସ ପକ୍ଷରୁ ସୁରକ୍ଷିତ ଭାବରେ ଗନ୍ତବ୍ୟ ସ୍ଥଳରେ ପହଁଚାଇବା ବ୍ଯବସ୍ଥା କରାଯାଇଛି।

Ratha Yatra

ସୂଚନାଥାଉ କି, ପୂର୍ବରୁ ପୁରୀ ବିଭିନ୍ନ ପର୍ଯ୍ୟାୟ ରଥକାଠ ପହଞ୍ଚି ସାରିଛି । ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକ ଥିବା ବେଳେ ଆଉ ୮୦ ଖଣ୍ଡ ରଥକାଠ ବଳକା ରହିଛି । ଯାହା ଗାଜଲବାଡି ସଂରକ୍ଷିତ ଜଙ୍ଗଲରୁ ସଂଗ୍ରହ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+