ଆଜି ପବିତ୍ର ଅକ୍ଷୟ ତୃତୀୟା, ଅନୁକୂଳ ହେବ ରଥକାଠ
ପୁରୀ:ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଅନୁକୂଳ ହେବ । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବା ପରେ ୩ ଖଣ୍ତ ଧଇରା କାଠରେ ରଥ ନିର୍ମାଣ ଅନୁକୂଳ କରାଯିବ ।
ପରମ୍ପରା ଅନୁସାରେ, ମୁଖ୍ୟ ମହାରଣା, ଭୋଇ ସର୍ଦାରଙ୍କ ସମେତ, ମୁଖ୍ୟ କମାର, କରତୀ ଓ ରୂପକାର ସେବାୟତମାନଙ୍କୁ ରାଜଗୁରୁ ଶାଢୀ ବାନ୍ଧିବା ପରେ ଆରମ୍ଭ ହେବ ରଥ କାର୍ଯ୍ୟ । ଅକ୍ଷୟ ତୃତୀୟ ଅବସରରେ ରଥ ଯାତ୍ରା ପାଇଁ ୩ଟି ଧଉରା କାଠ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖାଯିବା ସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ସେହିପରି ଆଜିଠୁ ୨୧ ଦିନଧରି ଚାଲିବ ଚନ୍ଦନ ଯାତ୍ରା । ଚନ୍ଦନ ଯାତ୍ରା ପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୁଦେବୀ, ଶ୍ରୀଦେବୀ, ପଞ୍ଚୁ ପାଣ୍ତବ ଓ ରାମ କୃଷ୍ଣ ନରେନ୍ଦ୍ର ପୁଷ୍କରିଣୀରେ କରିବେ ନୌକା ବିହାର । ଚିତ୍ରକର ସେବାୟତମାନଙ୍କ ଦ୍ୱାରା ରଙ୍ଗ କରାଯିବା ସହ ମହାରଣା ସେବାୟତଙ୍କ ଦ୍ୱାରା ପ୍ରସ୍ତୁକ ହୋଇଛି ନନ୍ଦା ଓ ଭଦ୍ରା ।












Click it and Unblock the Notifications