Get Updates
Get notified of breaking news, exclusive insights, and must-see stories!

Independence Day 2025 : ଅଖଣ୍ଡ ଭାରତ ଦିବସ, 1947 ମସିହା ଆଜିର ଦିନରେ ଭାରତ ହୋଇଥିଲା ବିଭାଜନ

ସବୁଠୁ ସୁନ୍ଦର୍ ଏଇ ଆମ ଭାରତ ଭୂଇଁ । ମାତୃଭୂମି, ପୁଣ୍ୟ ଭୂମି, ଦେବ ଭୂମି, କର୍ମ ଭୂମି ସବୁଠୁ ପବିତ୍ର ଏହି ଭାରତ ଭୂଇଁ । ଏହାରି କୋଳରେ କେତେ ମହାତ୍ମା ଜନମ ନେଇଛନ୍ତି । ଏହି ଭୂମିକୁ କାହିଁ କେଜାଣି ବାହ୍ୟଶତ୍ରୁ ଆକ୍ରମଣ କରିଛନ୍ତି । ତଥାପି ସେମିତି ମୁଣ୍ଡ ଟେକି ଠିଆ ହୋଇଛି ଏହି ମାଟି । କେତେ ଶତ୍ରୁ ଆସି ଏହାର ସୋନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ଚାହିଁଛନ୍ତି ହେଲେ ଏହାର ବୀର ସନ୍ତାନ ମାନେ ସେମିତି ଲଢେଇ କରି ଆସିଛନ୍ତି ।

ଏହି ଭାରତ ଉପରେ ଆଲେକଜାଣ୍ଡାର, ଶକ, ହୁଣ, କୁଶାଣ ପରି ଅନେକ ବାହ୍ୟଶତ୍ରୁ ଆକ୍ରମଣ କରିଛନ୍ତି । ମାତ୍ର ପରବର୍ତ୍ତୀ ସମୟରେ ସମସ୍ତେ ଭାରତୀୟ ସଂସ୍କୃତିରେ ମିଶି ଯାଇଛନ୍ତି । ସେମାନଙ୍କର ଚିହ୍ନ ବର୍ଣ୍ଣ ମଧ୍ୟ ଦେଖିବାକୁ ମିଳି ନାହିଁ ।

ବଙ୍କିମଚନ୍ଦ୍ରଙ୍କ ଦୃଷ୍ଟିରେ ଏହାର ତିନୋଟି ସ୍ୱରୂପ ଥିଲା, ମା ସରସ୍ୱତୀ, ଲକ୍ଷ୍ମୀ ଓ ମା ଦୁର୍ଗାଙ୍କର । ସ୍ୱାମୀ ବିବେକାନନ୍ଦଙ୍କ ଦୃଷ୍ଟିରେ ସେ ୩୩ କୋଟି ଦେବୀ ଦେବତାଙ୍କ ମା ଥିଲେ । ହେଲେ ସେ ଭାରତ ଆଉ ନାହିଁ ।

akhand bharat diwas

ପରବର୍ତ୍ତୀ ସମୟରେ ମୋଗଲ ଆକ୍ରମଣର ଭାରତର ବୀରପୁତ୍ର ମାନେ ଉପଯୁକ୍ତ ଜବାବ ଦେଇଥିଲେ । ଏହା ପରେ ଇଂରେଜ ମାନଙ୍କର ଶାସନ ଆସିଲା । ମୁସଲମାନ ମାନଙ୍କ ନାମରେ ଭାରତ ମାତାର ବିଭାଜନ ପାଇଁ ଦାବି ହେଲା । ପ୍ରଥମେ ଏହି ଦାବିକୁ ସମସ୍ତେ ଅଗ୍ରାହ୍ୟ କଲେ । ହେଲେ ଶେଷରେ ....

ଅଖଣ୍ଡ ଭାରତ ଦିବସ :

ଆଜି ଅଖଣ୍ଡ ଭାରତ ଦିବସ । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଥିଲା ସେହି କଳାଦିନ । ଭାରତ ମାତାର ଶରୀରକୁ କାଟି ପାକିସ୍ତାନ ତିଆରି କରାଯାଇଥିଲା । ମାତୃଭୂମିର ବିଭାଜନର ହୋଇଥିଲା । ଇଂରେଜ ମାନଙ୍କର ପ୍ରୋତ୍ସାହନରେ ମୁସଲିମ ଲିଗର ଦାବିକୁ ତତ୍କାଳୀନ କଂଗ୍ରେସ ନେତୃତ୍ବ ପ୍ରଥମେ ମନା କରିବା ସତ୍ତ୍ବେ ପରବର୍ତ୍ତୀ ସମୟରେ ମାନି ନେଇଥିଲେ ।

ଭାରତ ବିଭାଜନ କେମିତି ହେଲା :

୧୯୪୭ ଜୁନ ମାସ ଦୁଇ ତାରିଖ ଥିଲା ସେହି କଳା ଦିନ l ଦିଲ୍ଲୀରେ ଏକ ବୈଠକରେ ବସି ନିର୍ଦ୍ଧାରଣ ହେଉଥିଲା ଭାରତର ଭବିଷ୍ୟତ । କୋଟି କୋଟି ଭାରତୀୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ ମାତ୍ର ୧୦ରୁ ୧୨ ଜଣ ବ୍ୟକ୍ତି । ପୁଣି ଗୋଟିଏ ଦେଶର ଭାଗ୍ୟ ହେଉଥିଲା ପରିକଳ୍ପନା। ଦୁଇଖଣ୍ଡ ହେବାକୁ ଯାଉଥିଲା ଅଖଣ୍ଡ ଭାରତ । ଏହି ବୈଠକରୁ ହେବାକୁ ଯାଉଥିଲା ସ୍ୱତନ୍ତ୍ର ପାକିସ୍ତାନ ଦେଶ । ଅଖିଳ ଭାରତୀୟ କଂଗ୍ରେସ କମିଟି ୧୯୪୭ ଜୁନ ୧୫ ତାରିଖ ଦିନ ଭାରତ ବିଭାଜନର ଯୋଜନାକୁ ଅନୁମୋଦନ ଦେଇଦେଲେ ।

ଢାକାରେ ୧୯୦୬ରେ ଜନ୍ମ ନେଇଥିଲା ମୁସଲିମ୍ ଲିଗ୍ । ୧୯୦୯ରେ ମର୍ଲେ-ମିଣ୍ଟୋ ସଂସ୍କାର ଆଇନ୍ ବାହାନାରେ ଅଲଗା ନିର୍ବାଚନ ଦାବି କରି ସ୍ୱତନ୍ତ୍ର ଇସଲାମିକ୍ ରାଷ୍ଟ୍ର ଭାବେ ପାକିସ୍ତାନକୁ ଭାରତଠୁ ଅଲଗା କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲା ମୁସଲିମ୍ ଲିଗ୍ । ଆଉ ୧୯୪୦ରେ ମୁସଲିମ୍ ଲିଗ୍ ଲାହୋର ଅଧିବେଶନରେ ପାକିସ୍ତାନ ନାଁରେ ସ୍ୱତନ୍ତ୍ର ଇସଲାମୀୟ ଦେଶ ଗଠନ ପ୍ରସ୍ତାବରେ ମୋହର ବାଜିଥିଲା । ଆଉ ସେବେଠୁ ଭାରତ ଓ ପାକିସ୍ତାନ ଅଲଗା ହୋଇଥିଲା ।

ହରିଜନ ପତ୍ରିକାରେ ଦାବି ରଖିଥିଲେ ଗାନ୍ଧୀଜୀ :

ମହାତ୍ମା ଗାନ୍ଧୀ ହରିଜନ ପତ୍ରିକାରେ ଏହି ଦାବି ସମ୍ପର୍କରେ ଲେଖିଥିଲେ - ଦୁଇ ରାଷ୍ଟ୍ରର ସିଦ୍ଧାନ୍ତ ମୁର୍ଖତା ପୂର୍ଣ୍ଣ ଅଟେ । ଯାହାକୁ ଭଗବାନ ଗୋଟେ କରିଛନ୍ତି ମନୁଷ୍ୟ ତାକୁ କିପରି ଭାଙ୍ଗି ପାରିବ ? ଅଖିଳ ଭାରତୀୟ କଂଗ୍ରେସ କମିଟି ୧୯୪୭ ଜୁନ ୧୫ ତାରିଖ ଦିନ ଭାରତ ବିଭାଜନର ଯୋଜନାକୁ ଅନୁମୋଦନ ଦେଇଦେଲେ । ଏହା ଫଳରେ ୧୪ ଓ ୧୫ ଅଗଷ୍ଟ ମଧ୍ୟରାତ୍ରୀରେ ଭାରତ ମାତାର ବିଭାଜନ କରି ଦିଆଗଲା।

ଭାଗ ହେଲା ଭାରତ :

ଭାରତ ମାତାର ଶରୀରକୁ କାଟି ପାକିସ୍ତାନ ତିଆରି କରାଯାଇଥିଲା । ସିନ୍ଧୁ ନଦୀ ତାର ସନ୍ତାନଙ୍କ ପାଇଁ ପର ହୋଇଗଲା । ଯେଉଁଠାରେ ମୁନି ଋଷି ମାନେ ବସି ବେଦ ରଚନା କରିଥିଲେ, ସେହି ସ୍ଥାନ ତାଙ୍କର ଶତ୍ରୁ ମାନଙ୍କୁ ଦିଆଗଲା । କାନ୍ଦୁଥିଲା ସାରା ଭାରତ । ଦୁଇ ଦେଶ ବିଭାଜନ ହେବା ହୋଇଥିଲା। ବିଭାଜନ ଯୋଗୁଁ ଅକଥନୀୟ ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ଦେଢ କୋଟିରୁ ଅଧିକ ଜନତା । ୧୦ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ହରାଇଥିଲେ ।

ମନ୍ଦିର, ତୀର୍ଥ ସ୍ଥାନ ଆଦି ଅପବିତ୍ର କରି ଦିଆଗଲା । ଆଜି ମଧ୍ୟ ସେହି ଭୂଭାଗରେ ହିନ୍ଦୁ ମାନଙ୍କ ପ୍ରତି ଅତ୍ୟାଚାର ଓ ନିର୍ଯାତନା ଜାରି ରହିଛି । ତେଣୁ ଆଜି ପୁଣିଥରେ ସଂକଳ୍ପ ଗ୍ରହଣ କରିବାର ବେଳ ଆସିଛି । ଭାରତ ଆଜି ସବୁ କ୍ଷେତ୍ରରେ ଆଗୁଆ। ବିଶ୍ୱଗୁରୁ ହେବ ଭାରତ । ହେଲେ ଆମର କର୍ତ୍ତବ୍ୟ ଆଉ ନିଷ୍ଠା ଏଥିପାଇଁ ଆବଶ୍ୟକ । ତେବେ ଯାଇ ଭାରତ ବିଶ୍ୱଗୁରୁ ହୋଇପାରିବ । ସେଥିପାଇଁ ଆମକୁ ଶପଥ ନେବାକୁ ପଡିବ । ଆଉ ଦେଶ ପାଇଁ ପ୍ରାଣବଳି ଦେବାକୁ ପଡ଼ିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+