SDJM କୋର୍ଟରେ ହାଜର ହେଲେ ଆକାଶ ପାଠକ୍
କଡା ସୁରକ୍ଷା ବଳୟ ଭିତରେ କୋର୍ଟରେ ଆକାଶଙ୍କୁ ଙାଜର କଲା କ୍ରାଇମବ୍ରାଞ୍ଚ ।
ଭୁବନେଶ୍ୱର: ଏସଡିଜେଏମ କୋର୍ଟରେ ହାଜର ହେଲେ ଆକାଶ ପାଠକ । କଡା ସୁରକ୍ଷା ବଳୟ ଭିତରେ କୋର୍ଟରେ ଆକାଶଙ୍କୁ ଙାଜର କଲା କ୍ରାଇମବ୍ରାଞ୍ଚ ।
ସାଇବର ସେଲରେ ହୋଇଥିବା ମାମଲାରେ କୋର୍ଟରେ ତାଙ୍କୁ ହାଜର କରାଯାଇଛି ।

ତେବେ କୋର୍ଟରେ ହାଜର ବେଳେ ଆକାଶଙ୍କ ପ୍ରତିକ୍ରିୟା, କୋଉଁ କେସ୍ ଲଗାଉଛନ୍ତି ମୁଁ କିଛି ଜାଣି ପାରୁନି । ଟାଟା କଣ କହୁଛି ମୁଁ କିଛି ଜାଣିନି। ତେବେ କ୍ରାଇମବ୍ରାଞ୍ଚରେ ଆକାଶଙ୍କ ନାଁରେ ଜାଲିଆତି, ଠକେଇ ଭଳି ସଙ୍ଗୀନ ମାମଲା ହିଛି । ଏନେଇ କୋର୍ଟଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ସୁଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଆଇଏଫ୍ଏସ୍ ଅଫିସର୍ ଅଭୟକାନ୍ତ ପାଠକଙ୍କୁ ଗିରଫ କରିବା ପରେ ତାଙ୍କ ପୁଅ ଆକାଶ ପାଠକକୁ ଭିଜିଲାନ୍ସ ଗିରଫ କରିଥିଲା । ଉଭୟଙ୍କୁ ଝାରପଡ଼ା ଜେଲ୍ରେ ରଖାଯାଇଛି । ଟାଟା କମ୍ପାନୀର ଏମ୍ଡି ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ଆକାଶ । ଚାକିରି ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଥିଲେ । ଏଥିରେ ତାଙ୍କୁ ଭାବି ଶ୍ୱଶୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସହଯୋଗ କରୁଥିଲେ ବୋଲି ମଧ୍ୟ ଅଭିଯୋଗ ରହିଛି ।












Click it and Unblock the Notifications