ଅଜୟ ଲଲ୍ଲୁ ଓଡ଼ିଶା କଂଗ୍ରେସ ପ୍ରଭାରୀ
Odisha Congress: ଅଜୟ କୁମାର ଲଲ୍ଲୁ ହେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ । ଏଆଇସିସି ଶୁକ୍ରବାର ଓଡ଼ିଶା କଂଗ୍ରେସ ପ୍ରଭାରୀ ନିଯୁକ୍ତ କରିଛି । ସେହିପରି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କୁ ମଣିପରୁ, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ତର ୪ଟି ରାଜ୍ୟରେ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଏନେଇ । ଏଆଇସିସିର ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ସୂଚନାଥାଉ ଯେ, ୨ ଦିନ ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରେ ନୂଆ ସଭାପତି ଭାବେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦିଆଯାଇଥିଲା । ପିସିସିର ନୂଆ ସଭାପତି ହେଲା ପରେ ଶ୍ରୀ ଦାସ କହିଥିଲେ, ରାଜ୍ୟରେ କଂଗ୍ରେସର ସ୍ଥିତିକୁ ସୁଦୃଢ କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରାଯାଉଛି । ଏଥି ପାଇଁ ସେ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କୁ ଭେଟିବେ ବୋଲି ମଧ୍ୟ କହିଥିଲେ ଏଥିସହ ଯେଉଁ ମାନେ କଂଗ୍ରେସ ଦଳ ଛାଡି ଚାଲିଯାଇଛନ୍ତି ସେମାନଙ୍କୁ ଦଳକୁ ଫେରି ଆସିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।












Click it and Unblock the Notifications