ବଳଙ୍ଗା ପୀଡ଼ିତାଙ୍କୁ ଏୟାରଲିପ୍ଟ ପକ୍ରୀୟା ଆରମ୍ଭ; ଭୁବନେଶ୍ବର ଏମସରୁ ବିମାନ ବନ୍ଦର ଅଭିମୁଖେ
ବଳଙ୍ଗା ପୀଡ଼ିତାଙ୍କୁ ଏୟାରଲିପ୍ଟ ପକ୍ରୀୟା ଆରମ୍ଭ । ଭୁବନେଶ୍ବର ଏମସରୁ ବିମାନ ବନ୍ଦର ଅଭିମୁଖେ ଏୟାରଲିପ୍ଟ । ନିଜେ ଡିସିପି ଉପସ୍ଥିତ।

ବଳଙ୍ଗା ପୀଡ଼ିତାଙ୍କୁ ଏୟାର ଲିଫ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ। ଭୁବନେଶ୍ବର ଏମ୍ସରୁ ପୀଡ଼ିତାଙ୍କୁ ନେଇ ବାହାରିଲା ଆମ୍ବୁଲାନ୍ସ ।
କଡ଼ା ସୁରକ୍ଷା ଭିତରେ ବିମାନବନ୍ଦର ନେବେ ଡାକ୍ତରୀ ଟିମ୍ । ତୁରନ୍ତ ବିମାନବନ୍ଦରରେ ପହଞ୍ଚାଇବାକୁ ଗ୍ରୀନ୍ କରିଡର ବ୍ୟବସ୍ଥା । ଦିଲ୍ଲୀ AIIMSରେ ପୀଡ଼ିତାଙ୍କର ହେବ ଅଧିକ ଚିକିତ୍ସା।
ସୂଚନା ଥାଉକି, ପୁରୀ ଜିଲାର ବଳଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଏ ଘଟଣାରେ ପୋଲିସ ଆମୂଳଚୂଳ ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ପୀଡ଼ିତା ବର୍ତ୍ତମାନ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ପୀଡ଼ିତାଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ରାଜ୍ୟ ସରକାର ସମ୍ପୃକ୍ତ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍ସରେ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୀଡ଼ିତାଙ୍କ ସ୍ବାସ୍ଥ୍ୟ ସ୍ଥିତି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ଏବଂ ସିଏମ୍ଓ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଏହି ଘଟଣାରେ ଅପରାଧୀ ଯେଉଁଠାରେ ଥିଲେ ବି ନିଶ୍ଚିତ ଧରାପଡ଼ିବେ। ପୋଲିସ ଟିମ୍ ଅପରେଶନ ମୋଡ୍ରେ ଅଛନ୍ତି। ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।












Click it and Unblock the Notifications