Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ଟ୍ରେନ ଟ୍ରାଜେଡି଼ ପରେ ୩ ଗୁଣ ବଢ଼ିଲାଣି ବିମାନ ଭଡ଼ା

ଭୁବନେଶ୍ୱର: ଗତ ପାଞ୍ଚ ଦିନ ମଧ୍ୟରେ ହାଇଦ୍ରାବାଦ, ନୂଆଦିଲ୍ଲୀ ଏବଂ ବିଶାଖାପାଟନମରୁ ଅନ୍ୟ କେତେକ ଗନ୍ତବ୍ୟ ସ୍ଥଳକୁ ବିମାନ ଭଡ଼ା ଦ୍ୱିଗୁଣିତ ହୋଇଛି । ତେବେ ଏହି ବର୍ଦ୍ଧିତ ଦର ଆଗାମୀ କିଛି ଦିନ ପାଇଁ ଜାରି ରହିବ । କାରଣ ଏହି ରୁଟରେ ଟିକେଟ୍ ଚାହିଦା ଆକାଶଛୁଆଁ ହେଉଛି ।

ତେବେ ଏହା ପଛର ଅସଲି କାରଣ ହେଉଛି ଓଡ଼ିଶା ଟ୍ରେନ୍ ଟ୍ରାଜେଡ଼ି ବା ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା । ଗତ ସପ୍ତାହରେ ବାହାନଗାରେ କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣା ପରେ ଏହି ରୁଟ୍‌ରେ ଚଳାଚଳ କରୁଥିବା ଅଧିକାଂଶ ଟ୍ରେନ୍‌ ବାତିଲ୍‌ ହୋଇଥିଲା । ଏପରିକି ପୁନରୁଦ୍ଧାର କାମ ସରିଥିଲେ ମଧ୍ୟ ଏବେବି କିଛି ଟ୍ରେନ୍ ଏହି ରୁଟ୍ ଦେଇ ବନ୍ଦ ରହିଛି ।

Odisha Train Tragedy

ତେବେ ଖାଲି ଟ୍ରେନ୍‌ ଦୁର୍ଘଟଣା ପାଇଁ ଟିକେଟ୍‌ ଦାମ୍‌ ବୃଦ୍ଧି ପାଇ ନାହିଁ ଏହା ପଛରେ ଅନ୍ୟ କିଛି କାରଣ ମଧ୍ୟ ରହିଛି। ଖରା ଛୁଟି ସରି ଆସୁଥିବାରୁ ଅଧିକାଂଶ ଟ୍ରେନ୍‌ରେ ଟିକେଟ୍‌ ଉପଲ୍ଲବ୍ଧ ନାହିଁ । ତେଣୁ ଲୋକମାନେ ବିମାନରେ ଯାତ୍ରା କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି । ଫଳରେ ଲୋକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ବିମାନ ଟିକେଟ୍‌ ଦାମ୍‌ ବୃଦ୍ଧି ପାଇଥିବା କୁହାଯାଉଛି ।

ଟ୍ରାଭେଲ ଏଜେଣ୍ଟମାନଙ୍କ କହିବା କଥା ଯେ ଜୁନ୍ ୩ ତାରିଖ ସକାଳେ ଟ୍ରେନ ଦୁର୍ଘଟଣା କଥା ପ୍ରଚାର ହେବା ପରେ ଯାତ୍ରୀମାନେ ବିମାନ ଟିକେଟ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । କୋଲକାତାରୁ ଦକ୍ଷିଣ ପ୍ରାନ୍ତରେ ଥିବା ରାଜ୍ୟଗୁଡ଼ିକର ବିମାନ ଟିକେଟ ଦୁଇ ଗୁଣ ବୃଦ୍ଧି ପାଇଥିଲା । ଟିକେଟ ଚାହିଦା ବଢ଼ିବାରୁ ଭୁବନେଶ୍ୱର, ବିଶାଖାପଟନମ, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁ ରୁଟର ବିମାନ ଟିକେଟ ମଧ୍ୟ ଶନିବାର ଠାରୁ ଆକାଶ ଛୁଆଁ ହୋଇଛି ।

ଦୁର୍ଘଟଣାର ଦୁଇ ଦିନ ଯାଏ ବିଶାଖାପଟନମ-ହାଇଦ୍ରାବାଦ ଓ ବିଶାଖାପଟନମ-ଦିଲ୍ଲୀ ମଧ୍ୟରେ ସେବା ଯୋଗାଉ ଥିବା ବିମାନ ଟିକେଟ ଆଦୌ ମିଳି ନଥିଲା । ଦୁର୍ଘଟଣାକୁ ୮ ଦିନ ପୂରିଥିଲେ ମଧ୍ୟ ଟିକେଟର ଦାମ କମି ନାହିଁ। ଏବେ ବି ହାଇଦ୍ରାବାଦ ଓ ନୂଆଦିଲ୍ଲୀକୁ ସିଧାସଳଖ ଯାଉଥିବା ବିମାନର ଟିକେଟ ମିଳୁନାହିଁ ।

ଆଜି (ଶୁକ୍ରବାର) ଓ ଆସନ୍ତାକାଲି (ଶନିବାର) ଭାଇଜାଗ୍‌ରୁ ହାଇଦ୍ରାବାଦକୁ ସମସ୍ତ ଡାଇରେକ୍ଟ ଫ୍ଲାଇଟ୍‌ ଟିକେଟ୍‌ ବିକ୍ରି ହୋଇଯାଇଛି । ଏପରିକି କନେକ୍ଟିଂ ଫ୍ଲାଇଟ୍‌ ଟିକେଟ୍‌ ମଧ୍ୟ ବିକ୍ରି ହୋଇଯାଇଛି । ଶୁକ୍ରବାର ତିରୁପତି, ବିଜୟୱାଡା ଓ ବେଙ୍ଗାଲୁରୁରେ ଇଣ୍ଡିଗୋ ଏୟାରଲାଇନ୍ସର ୱାନ୍‌ ଷ୍ଟପ୍‌ ବିମାନ ଭଡ଼ା ୪ ହଜାର, ୫ ହଜାର ଟଙ୍କାରୁ ବଢ଼ି ୧୫,୯୨୦ରୁ ୨୧,୯୪୭ ଟଙ୍କାରେ ପହଞ୍ଚିଛି । ଶନିବାର ଦିନ ଏହି ଦାମ୍‌ ୧୦,୧୫୨ରୁ ୧୨,୫୨୪ ଟଙ୍କା ରହିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+