ଉତ୍‌କେଲା ଏୟାରପୋର୍ଟରୁ ଆଜି ଆରମ୍ଭ ହେବ ବିମାନ ସେବା : ଆଭାସି ମାଧ୍ୟମରେ ଉଦ୍‌ଘାଟନ କରିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଉତ୍‌କେଲା ଏୟାରପୋର୍ଟରୁ ଆଜି ଆରମ୍ଭ ହେବ ବିମାନ ସେବା। ସକାଳ ୧୦ଟା ୫ ମିନିଟ୍‌ରେ ପ୍ରଥମ ବିମାନ ଭୁବନେଶ୍ୱରରୁ ଉତ୍‌କେଲାକୁ ଉଡ଼ାଣ ଭରିବ ।

କଳାହାଣ୍ଡିର ବହୁ ପ୍ରତୀକ୍ଷିତ ଉତ୍କେଲା ବିମାନବନ୍ଦରରୁ ଆଜିଠାରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ ହେବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତଥା ଅନ୍ୟ ଅଧିକାରୀମାନେ ଅଭାସି ମାଧ୍ୟମରେ ଏହି ନୂତନ ବିମାନ ଚଳାଚଳ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ରହି ଉତ୍‌କେଲା ଅଭିମୁଖେ ଆସିବାକୁ ଥିବା ପ୍ରଥମ ବିମାନକୁ ପତାକା ଦେଖାଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଉତ୍‌କେଲା ବିମାନବନ୍ଦରରୁ ସାଂସଦ ବସନ୍ତ ପଣ୍ଡା ପତାକା ଦେଖାଇ ବିମାନ ଚଳାଚଳର ଶୁଭାରମ୍ଭ କରିବେ । ଏଥିପାଇଁ ଯାତ୍ରୀ ଭଡା ୯୯୯ ଟଙ୍କା ଧାର୍ଯ୍ୟ କରାଯାଇଛି ।

airport

ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଇଣ୍ଡିଆ ୱାନ ଏୟାରର କର୍ମକର୍ତ୍ତା ଉତ୍‌କେଲା ଏୟାରପୋର୍ଟରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଔପଚାରିକ ସଭା ପରେ ସକାଳ ୧୦ ଟା ୨୫ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଆଭାସୀ ମାଧ୍ୟମରେ ପତାକା ଦେଖାଇବେ ।

ବିମାନ ଚଳାଚଳ ପାଇଁ ଅଗଷ୍ଟ ୭ ତାରିଖରେ ଉତ୍‌କେଲା ବିମାନବନ୍ଦରକୁ DGCA ଲାଇସେନ୍ସ ଦେଇଥିଲା । ଭୁବନେଶ୍ବର ଓ ବିମାନବନ୍ଦର ମଧ୍ୟରେ ୯ଟି ସିଟ୍‌ ଥିବା ବିମାନ ଚଳାଚଳ କରିବ । ଏହାକୁ ଚଳାଇବ ଇଣ୍ଡିଆ ୱାନ୍‌ । ପ୍ରତିଦିନ ସକାଳ ୭ଟା ୧୫ରେ ବିମାନ ଭୁବନେଶ୍ୱର ଛାଡ଼ି ୮ଟା ୨୫ରେ ଉତ୍‌କେଲା ପହଞ୍ଚିବ । ଉତ୍‌କେଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ୱର ପହଞ୍ଚିବ ।

ଏହା ରାଜ୍ୟର ପଞ୍ଚମ ବିମାନବନ୍ଦର । ଯାହା ସପ୍ତାହର ୭ ଦିନ ଯାକ ବିମାନ ସେବା ଦେବ । ତେବେ ଯାତ୍ରୀଙ୍କ ବୁକିଂ ଉପରେ ସବୁ ନିର୍ଭର କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+