ରାଜଧାନୀରେ ଲାଗିବ ଏୟାର ପ୍ୟୁରିଫାୟର

ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଏୟାର ପ୍ୟୁରିଫାୟର୍(ବାୟୁ ଶୋଧକ ଯନ୍ତ୍ର) ଲାଗିବ । ଜୟଦେବ ବିହାର ଏବଂ ଏଜି ଛକରେ ପ୍ରାଥମିକ ଭାବେ ଏହି ଏୟାର ପ୍ୟୁରିଫାୟର୍ ଲଗାଇବ ବିଏମ୍ସି । ମେୟର ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି । ମେୟର କହିଛନ୍ତି ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ଆଲୋଚନା କରାଯାଇଛି । ଏହା ପରେ ମେସିନ କିଣାଯାଇ ଲଗାଯିବ । ଫଳରେ ଭୁବନେଶ୍ୱରବାସୀ ବିଷାକ୍ତ ବାୟୁ କବଳରୁ ରକ୍ଷା ପାଇବେ ।

Air purifiers

ଏହା ସହରର ପ୍ରମୁଖ ସ୍ଥାନରେ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ଭୁବନେଶ୍ୱରରେ ଯେଉଁଠି ସଫେଇ କରାଯାଉଛି ସେଠାରେ ପାଣି ସିଞ୍ଚନ କରାଯାଉଛି । ସହର ବାୟୁ ପ୍ରଦୂଷଣ ମୁଖ୍ୟ ସମସ୍ୟା ହୋଇ ଆଗକୁ ମୁଣ୍ଡ ଟେକିବ । ତେଣୁ ଲୋକମାନେ ପ୍ରଥମେ ସଚେତନ ହେବାର ଆବଶ୍ୟକତା ରହିଛି । ଘର ପିଛା ୪ରୁ୫ ଗାଡି କିଣୁଛନ୍ତି । ଏହା ପ୍ରଦୂଷଣର ମାତ୍ରା ବଢ଼ାଉଛି । ଭୁବନେଶ୍ୱରେ ବାୟୁ ପ୍ରଦୂଷଣ ବଢିଚାଲିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୩୦୦ ପାର କଲାଣି । ଆଜି ପଟିଆ ଏକ୍ୟୁଆଇ ୨୨୨ ରହିଥିବା ବେଳେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୨୪୨ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+