ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି, ଫସି ରହିଲେ ଜୁଏଲ ଓରାମ

ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୪ ଘଣ୍ଟା ଧରି ଫସି ରହିଥିଲେ ଯାତ୍ରୀ। ଏହି ବିମାନରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି ଥିଲେ। ବିମାନରେ ହୋଇଥିବା ବିଭିନ୍ନ ସମସ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଜୁଏଲ।

ଏୟାର ଇଣ୍ଡିଆର ଏକ ବିମାନ ରନଓ୍ବେରେ ୪ ଘଣ୍ଟା ଧରି ଫସି ରହିଥିବା ସୂଚନା ମିଳିଥିଲା। ବିମାନଟି ଦିଲ୍ଲୀରୁ ଭୁବନେଶ୍ୱର ଆସିବାର ଥିଲା। କିନ୍ତୁ ବିମାନଟି କେଉଁ କାରଣ ପାଇଁ ଟେକ୍‌ ଅଫ୍‌ କରି ପାରି ନ ଥିଲା, ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

JUAL Oram WAS THERE

ଗତକାଲି ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ୍ ହୋଇଥିଲା । ଦିଲ୍ଲୀରୁ ପ୍ୟାରିସ୍ ଯିବାକୁ ଥିବା ବିମାନ ରଦ୍ଦ କରାଯାଇଥିବା ବେଳେ ପ୍ୟାରିସରୁ ଦିଲ୍ଲୀ ଆସିବାକୁ ଥିବା ବିମାନ ରଦ୍ଦ କରାଯାଇଛି । AI-143 ଓ AI-142 ବିମାନ ବାତିଲ୍ କରାଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରଦ୍ଦ ହୋଇଥିବା ସୂଚନା ଦିଆଯାଇଛି । ଯାତ୍ରୀଙ୍କୁ ବିମାନ ସମ୍ବନ୍ଧୀୟ ସୂଚନା ଦିଆଯାଇଛି ଏବଂ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ।

ଏୟାର ଇଣ୍ଡିଆ ପକ୍ଷରୁ ବୟାନ ଜାରି କରାଯାଇଛି କି, ବୈଷୟିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆର ଦିଲ୍ଲୀ-ପ୍ୟାରିସ ବିମାନକୁ ବାତିଲ କରାଯାଇଛି । ଯାତ୍ରୀଙ୍କୁ ବିକଳ୍ପ ସୁବିଧା ଏବଂ ରିଫଣ୍ଡ ଆଶ୍ବାସନା ଦିଆଯାଇଛି ।

୧୭ ଜୁନ୍ ଦିଲ୍ଲୀରୁ ପ୍ୟାରିସ ଯାଉଥିବା ବିମାନ AI143 ବାତିଲ କରାଯାଇଛି । ବାଧ୍ୟତାମୂଳକ ପୂର୍ବ ଉଡ଼ାଣ ଯାଞ୍ଚରେ ଏକ ସମସ୍ୟା ଚିହ୍ନଟ ହୋଇଥିଲା ଯାହା ବର୍ତ୍ତମାନ ସମାଧାନ କରାଯାଉଛି ।

ବିମାନ କମ୍ପାନୀ ହୋଟେଲରେ ରହିବା ଯୋଗାଇ ଦେଉଛି ଏବଂ ଯାତ୍ରୀମାନେ ଯଦି ବିମାନ ବାତିଲ କରିବାକୁ ଚାହାଁନ୍ତି କିମ୍ବା ମାଗଣାରେ ପୁନଃନିର୍ଦ୍ଧାରିତ କରନ୍ତି ତେବେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ ।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ବିମାନ AI-159 ଅହମଦାବାଦରୁ ଲଣ୍ଡନ ଯାଉଥିବା ବିମାନକୁ ବାତିଲ କରାଯାଇଥିଲା । ବୈଷୟିକ ତ୍ରୁଟି ଯୋଗୁଁ ବିମାନ ଉଡ଼ାଣ ଭରିବା ପୂର୍ବରୁ ବାତିଲ କରାଯାଇଥିଲା । ଅପରାହ୍ନ ୧.୧୦ରେ ଏୟାର ଇଣ୍ଡିଆ ବିମାନ ଲଣ୍ଡନ ପାଇଁ ଉଡ଼ାଣ ଭରିବାର ଥିଲା । କିନ୍ତୁ ଉଡ଼ାଣ ଭରିପାରିନଥିଲା । ଏୟାର ଇଣ୍ଡିଆ ଯାତ୍ରୀଙ୍କୁ ରିଫଣ୍ଡ ଦେବାକୁ ଆଶ୍ବାସନା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+