ଛୁଟି ନେବା ପଡିଲା ମହଙ୍ଗା: ୨୫ କର୍ମଚାରୀଙ୍କର ଗଲା ଚାକିରି
Air India Sacks 25 employees: ଛୁଟି ନେବା ପଡିଲା ମହଙ୍ଗା । ଏୟାର ଇଣ୍ତିଆ ନେଲା ବଡ଼ ପଦକ୍ଷେପ, ୨୫ ଜଣଙ୍କର ଗଲା ଚାକିରି । ଏୟାର ଇଣ୍ଡିଆ ଏକ୍ସପ୍ରେସର ପ୍ରାୟ ୩୦୦ କର୍ମଚାରୀ ହଠାତ୍ ଏକାଠି ଛୁଟିରେ ଅର୍ଥାତ୍ ସିକ୍ ଲିଭରେ ନେଇଥିଲେ । ଯେଉଁଥି ପାଇଁ ଅନେକ ବିମାନ ବାତିଲ ହେବା ସହ କିଛିର ସମୟ ପରିବର୍ତ୍ତନ କରିବା ପାଇଁ ପଡିଥିଲା ଏପରିସ୍ଥିତିରେ କମ୍ପାନୀ ସହ ଯାତ୍ରୀଙ୍କୁ ମଧ୍ୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିଥିଲା ।

୯୦ରୁ ଅଧିକ ବିମାନ ଚଳାଚଳ ବ୍ୟାହତ ହୋଇଥିଲା । ବର୍ତ୍ତମାନ ଏହି କର୍ମଚାରୀଙ୍କ ବିରୋଧରେ ଏୟାରଲାଇନ୍ସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏୟାର ଇଣ୍ତିଆ ୨୫ ଜଣଙ୍କୁ ଚାକିରିରୁ ବାହାର କରିଦେଇଛି । ସେହିପରି ଏହି ସମସ୍ୟାର ସମାଧାନ ପାଇଁ AIE ଅନ୍ୟ କ୍ରୁଉ ମେମ୍ବରଙ୍କୁ ଜରୁରୀ ବୈଠକ ପାଇଁ ଡାକିଛି ।
ଯାତ୍ରୀ ଏବଂ କମ୍ପାମୀ ଭୋଗୁଥିବା ଅସୁବିଧାର ତୁରନ୍ତ ସମାଧାନ ପାଇଁ ଏହି ଜରୁରୀ ବୈଠକ ଡକାଯାଇଥିବା ନେଇ ସୂଚନା ରହିଛି । ସେହିପରି ଗତକାଲି ବେସାମରିକ ଚଳାଚଳ ମନ୍ତ୍ରାଣାଳୟ ଏହି ଘଟଣା ସମ୍ପର୍କରେ ରିପୋର୍ଟ ଦେବା ପାଇଁ ଏୟାର ଇଣ୍ତିଆକୁ ନିର୍ଦ୍ଦେଶ ଦେଇଥିଲା ।
ମଙ୍ଗଳବାର ରାତିରେ ହଠାତ୍ ଅସୁସ୍ଥତା ଦର୍ଶାଇ ଏକ ସଙ୍ଗେ ଏୟାର ଇଣ୍ତିଆର ୩ ଶହ କର୍ମଚାରୀ ଛୁଟି ନେଇଥିଲେ । ଫଳରେ ଏୟାର ଇଣ୍ତିଆ ୭୦ରୁ ଅଧିକ ଘରୋଇ ଏବଂ ଅନ୍ତର୍ଜାତୀୟ ଉଡାଣକୁ ଗତକାଲି ବାତିଲ କରିବା ପାଇଁ ପଡିଥିଲା । ଆଜି ମଧ୍ୟ ଅନେକ ଫ୍ଲାଇଟକୁ ବାତିଲ କରାଯାଇଛି ଏବଂ କିଛି ବଳମ୍ବରେ ଚାଲୁଛି । ଯେଉଁଥି ପାଇଁ ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିବ । ସୂଚନା ଅନୁସାରେ, ଚେନ୍ନାଇ, ସିଙ୍ଗାପୁର ଆଜି ଫ୍ଲାଇଟ ବାତିଲ କରାଯାଇଥିଲା ।












Click it and Unblock the Notifications