ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ନିୟୋଜିତ ହେବ ଏୟାର ଆମ୍ବୁଲାନ୍ସ
ଭୁବନେଶ୍ୱର: ମେ ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲାର ମାଓବାଦୀ ଉପଦ୍ରୁତ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳକୁ ରବିବାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୋଲିଂ ପାର୍ଟିକୁ ପଠାଯାଇଛି ।

ଅନ୍ୟପଟେ ନିର୍ବାଚନ ପରିଚାଳନାରେ ରହିଥିବା କର୍ମଚାରୀ ଓ ମତଦାତାଙ୍କ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ କୋରାପୁଟ ଜିଲ୍ଲାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏୟାର ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି, ଏହା ମଇ ୧୨ରୁ ମଇ ୨୦ ତାରିଖ ପର୍ଯ୍ୟନ୍ତ ନିୟୋଜିତ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତିା ଆବଶ୍ୟକତା ଅନୁଯାୟୀ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଏହା ଯୋଗେ ଏୟାର ଲିଫଫ କରାଯିବ ବୋଲି ଶ୍ରୀ ଧଳ ପ୍ରକାଶ କରିଛନ୍ତି ବୋଲି ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।












Click it and Unblock the Notifications