ଗରିବ ଲୋକଙ୍କୁ ମିଳିବ ମାଗଣା ଏକମୋ ଚିକିତ୍ସା: ଭୁବନେଶ୍ବର ଏମ୍ସର ଘୋଷଣା
ରାଜ୍ୟର ଗରିବ ଏବଂ ରାସନ କାର୍ଡଧାରୀ ମାନେ ଏଣିକି ଏକମୋ ଚିକିତ୍ସା ଭୁବନେଶ୍ବର ଏମ୍ସରେ ମାଗଣାରେ ପାଇବେ
ରାଜ୍ୟର ଗରିବ ଏବଂ ରାସନ କାର୍ଡଧାରୀ ମାନେ ଏଣିକି ଏକମୋ ଚିକିତ୍ସା ଭୁବନେଶ୍ବର ଏମ୍ସରେ ମାଗଣାରେ ପାଇବେ। ଏନେଇ ଭୁବନେଶ୍ବର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍ସରେ ଏବେ କୋବିଡ ରୋଗୀଙ୍କ ପାଇଁ ଗୋଟିଏ ଏକମୋ ମେଶିନ ଅବସ୍ଥାପିତ ଅଛି।

ଏହି ପ୍ରମୁଖ ହସ୍ପିଟାଲରେ ଗୁରୁତର ରୋଗୀଙ୍କ ପାଇଁ ଆଉ ଏକ ଏକମୋ ମେଶିନ ଅବସ୍ଥାପିତ କରାଯିବ। ସୂଚନା ଯୋଗ୍ୟ ଯେ, କରୋନାରେ ସଂକ୍ରମିତ ଗୁରୁତର ଶ୍ଵାସ ରୋଗୀଙ୍କୁ ଏକମୋ ମେଶିନ ମାଧ୍ୟମରେ ଚିକିତ୍ସା ସହାୟତା ପ୍ରଦାନ କରାଯାଉଛି। ରାଜ୍ୟର ପ୍ରମୁଖ ହସ୍ପିଟାଲ କଟକ ବଡ ମେଡିକାଲରେ ୯ ଗୋଟି ଏକମୋ ମେଶିନ ଅବସ୍ଥାପିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସେହିପରି ରାଜ୍ୟର କେତେକ ପ୍ରମୁଖ ଘରୋଇ ହସ୍ପିଟାଲରେ ଏକମୋ ମେଶିନ ଅବସ୍ଥାପିତ ହୋଇଛି। ତେବେ ଏକମୋ ମେଶିନ ଦ୍ଵାରା ବ୍ୟୟ ବହୁଳ ହୋଇଥାଏ। ଭୁବନେଶ୍ବର ଏମ୍ସ ପକ୍ଷରୁ ଏକମୋ ମେଶିନ ଦ୍ଵାରା ମାଗଣା ଚିକିତ୍ସା ପ୍ରଦାନ ଘୋଷଣା ଦ୍ଵାରା ଗରିବ ଶ୍ରେଣୀର ଗୁରୁତ୍ଵର କୋବିଡ ରୋଗୀମାନେ ଉପକୃତ ହୋଇପାରିବେ।












Click it and Unblock the Notifications