ଏମ୍ସରେ ପରୀକ୍ଷାମୂଳକ ଭାବରେ ଡ୍ରୋନରେ ପହଞ୍ଚିଲା ରକ୍ତ; ୩୫ ମିନଟରେ ଗଲା ୭୦କିମି
ଡ୍ରୋନରେ ପହଞ୍ଚିଲା ରକ୍ତ । ଭୁବନେଶ୍ୱର ଏମସ ପରିସରରେ ଡ୍ରୋନର ଟ୍ରାଏଲ ରନ୍ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅପହଞ୍ଚ ଜାଗାରେ ରୋଗୀଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର କରିବ ଭୁବନେଶ୍ୱର ଏମ୍ସ । ଡ୍ରୋନ୍ ଜରିଆରେ ରକ୍ତ, ଔଷଧ, ମେଡିକାଲ ଉପକରଣ ପଠାଯିବ ।ଏନେଇ ଏମ୍ସ ପକ୍ଷରୁ ସଫଳତାର ସହ ଟ୍ରାଏଲ ରନ୍ ଅନୁଷ୍ଠିତ ହୋଇଛି । ଏମ୍ସରୁ ରକ୍ତ ନେଇ ଟାଙ୍ଗି ମେଡିକାଲ ଯାଇ ଫେରିଲା ଡ୍ରୋନ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେବ ଏମ୍ସ ।
ଜାନୁଆରୀ ୨୫ ତାରିଖରେ ଡ୍ରୋନ୍ର ଶେଷ ଟ୍ରାଏଲ୍ ରନ୍ କରାଯିବ। ଏହା ବଡ଼ ଆକାରରେ ହେବ । ଏହା ବି ସଫଳ ହେବ ବୋଲି ଆଶା ଥିବା କହିଛନ୍ତି ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ।

ଏ ସଂପର୍କରେ ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି। ଆଜି ଆମେ ପ୍ରଥମ ଥର ପାଇଁ ଡ୍ରୋନ୍ର ଟ୍ରାଏଲ୍ ରନ କରିଥିଲୁ ଓ ଏଥିରେ ସଫଳତା ପାଇଥିଲୁ। ଡ୍ରୋନ୍କୁ କିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହାର କରିହେବ ସେ ନେଇ ଆମର ଏକ ଅଭିଯାନ ଚାଲିଛି । ସାରା ଦେଶରେ ଏହାର ପ୍ରୟାସ କରାଯାଉଛି ।
ଆଶୁତୋଷ ବିଶ୍ୱାସ କହିଛନ୍ତି, ଆଜି ଟ୍ରାଏଲ ରନ୍ରେ ଡ୍ରୋନ୍ ରକ୍ତ ନେଇ ଟାଙ୍ଗୀକୁ ଯାଇଥିଲା । ସେଠାରେ ରକ୍ତ ଦେଇ ଡ୍ରୋନ୍ ଫେରି ଆସିଥିଲା । ଆମର ଟ୍ରାଏଲ ସଫଳ ହୋଇଛି ।
ସେ ଆହୁରି କହିଛନ୍ତି ଯେ, ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାସ୍ତା ଅବରୋଧ ହେଲେ ଅପହଞ୍ଚ ସ୍ଥାନକୁ ଡ୍ରୋନ୍ ସାହାଯ୍ୟରେ ମେଡିକାଲ ସେବା ପହଞ୍ଚାଇ ହେବ । ଜରୁରୀକାଳୀନ ସେବାରେ ରକ୍ତ ପଠାଯାଇପାରିବ ।
ଡ୍ରୋନ୍ ସାହାଯ୍ୟରେ ଆହୁରି ବହୁତ କିଛି କାର୍ଯ୍ୟ କରି ହେବ। ଔଷଧ ପଠାଯାଇପାରିବ। ଟେଷ୍ଟ ପାଇଁ ରକ୍ତ ପଠାଯାଇପାରିବ ବୋଲି ସେ କହିଛନ୍ତି ।












Click it and Unblock the Notifications