Get Updates
Get notified of breaking news, exclusive insights, and must-see stories!

ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ ପୂର୍ବକ ରୋଗୀସେବାରେ ଅନନ୍ୟତା ଆଣୁଥିବା ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଆଜି ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ ହୋଇଯାଇଛି । ମଙ୍ଗଳବାର ହୋଇଥିବା ସଫଳ ପରୀକ୍ଷଣର ଦୁଇ ଦିନ ପରେ, ଏହି ଜାତୀୟ ଅନୁଷ୍ଠାନ ସ୍ବଳ୍ପ ସମୟ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ସହିତ ରକ୍ତ ଆଦିର ପରିବହନ ପାଇଁ ଡ୍ରୋନ୍ ବ୍ୟବହାର ଆରମ୍ଭ କରିଛି ।

ଏମ୍‌ସ ଭୁବନେଶ୍ୱର ପରିସରରୁ ପ୍ରାୟ ୬୦ କିମି ଦୂରରେ ଅବସ୍ଥିତ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜଣେ ଜରୁରୀ ରୋଗୀଙ୍କ ପାଇଁ ଏଠାରୁ ଯାଇଥିଲା ଗୋଟିଏ ୟୁନିଟ୍‌ ରକ୍ତ। ଏହି ଦୂରତାକୁ ଡ୍ରୋନ୍‌ ମାତ୍ର ୩୫ ମିନିଟ୍‌ ବ୍ୟବଧାନରେ ଅତିକ୍ରମ କରିଥିଲା। ଯାହାକି ସେଠାରେ ରକ୍ତହୀନତା କାରଣରୁ ଚିକିତ୍ସାଧୀନ ରୋଗୀଙ୍କ ଜରୁରୀ କାର୍ଯ୍ୟରେ ଉପଯୋଗ ହୋଇଛି। ସ୍ବାସ୍ଥ୍ୟସେବାରେ ଏପରି ପ୍ରୟୋଗ ରାଜ୍ୟ ତଥା ଦେଶରେ ପ୍ରଥମ ବୋଲି ପ୍ରକାଶ କରିଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଏହି ସଫଳ ପ୍ରୟୋଗରେ ସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରଥମ ଥର ପାଇଁ ଡ୍ରୋନ୍ ମାଧ୍ୟମରେ ରୋଗୀଙ୍କୁ ରକ୍ତ ବ୍ୟାଗ ଯୋଗାଣ କରିବା ସଫଳ ହୋଇଥିବାରୁ ଆନନ୍ଦିତ ଥିବା ଡ. ବିଶ୍ବାସ କହିଛନ୍ତି। ଏହି ପ୍ରଥମ ଡ୍ରୋନ୍‌ ସ୍ବାସ୍ଥ୍ୟସେବା ଟାଙ୍ଗିରୁ ଫେରିବା ପୂର୍ବରୁ ବିଭିନ୍ନ ପରୀକ୍ଷା ପାଇଁ ଆବଶ୍ୟକୀୟ ରକ୍ତ ନମୁନା ସଂଗ୍ରହ କରି ଏମ୍‌ସକୁ ଆଣିଥିଲା।

AIIMS Bhubaneswar
ପ୍ରାୟ ୧୨ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଡ୍ରୋନ୍‌ ୨ ରୁ ୫ କିଲୋଗ୍ରାମ ପର୍ଯ୍ୟନ୍ତ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ସହିତ ରକ୍ତ ଆଦି ବହନ କରିବାର କ୍ଷମତା ରଖିଛି। ଏହା ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ଗତି କରିପାରିବ। ଜିପିଏସ୍ ଟେକ୍ନୋଲୋଜି ବ୍ୟବହାର କରି ଡ୍ରୋନ୍ ନାଭିଗେସନରେ ଅତୁଳନୀୟ ସଠିକତା ପ୍ରଦର୍ଶନ କରି ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀର ଠିକ୍ ଏବଂ ନିରାପଦ ଯୋଗାଣକୁ ସୁନିଶ୍ଚିତ କରିପାରିଛି ଏହି ବ୍ୟବସ୍ଥା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ପୂର୍ବକ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଏହି ପ୍ରୟାସ ଏମ୍‌ସ ଭୁବନେଶ୍ୱରର ରୋଗୀସେବା ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣ କରୁଛି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ଔଷଧ, ଇଞ୍ଜେକ୍ସନ୍‌ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସାମଗ୍ରୀର ଶୀଘ୍ର ବିତରଣରେ ଏହି ଡ୍ରୋନ୍ ସ୍ୱାସ୍ଥ୍ୟ ସେବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ଆଶାବ୍ୟକ୍ତ କରିଛନ୍ତି ଡ. ବିଶ୍ବାସ।

ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ସୋନୁ ଏଚ୍‌ ସୁବା, ଡ. ସତ୍ୟପ୍ରକାଶ, ଡ. ମନୀଷା ଆର୍‌ ଗାଏକାୱାଡ୍‌, ଡ. ପ୍ରିୟମାଧବ ବେହେରା, ଡ. ଅଭିଷେକ ମିଶ୍ର, ଡ. ଅଂଶୁମାନ ସାହୁ, ଡ. ଦେବାଶିଷ ମିଶ୍ର ଏବଂ ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+