ଭୁବନେଶ୍ୱର ପ୍ରତିଷ୍ଠା ହେବ AIFFର ଟାଲେଣ୍ଟ ଏକାଡେମୀ; ରାଜ୍ୟ କ୍ରୀଡ଼ା ବିଭାଗ ଓ AIFF ମଧ୍ୟରେ MOU ସ୍ୱାକ୍ଷରିତ

ଭୁବନେଶ୍ୱର ପ୍ରତିଷ୍ଠା ହେବ AIFFର ଟାଲେଣ୍ଟ ଏକାଡେମୀ । ରାଜ୍ୟ କ୍ରୀଡ଼ା ବିଭାଗ ଓ AIFF ମଧ୍ୟରେ MOU ସ୍ୱାକ୍ଷରିତ ହୋଇଛି । ରାଜ୍ୟ କ୍ରୀଡ଼ା ସଚିବ ଓ ଫିଫାର ବିଶ୍ୱ ଫୁଟବଲ ବିକାଶ ମୁଖ୍ୟ ସ୍ୱାକ୍ଷରିତ କରିଛନ୍ତି । AIFF ଫିପା ଟ୍ୟାଲେଣ୍ଟ ଏକାଡେମୀ, ଓଡିଶା ଏବଂ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ମଧ୍ୟରେ MOU ସ୍ବାକ୍ଷର ହୋଇଛି ।

ବିଶେଷ କରି ରାଜ୍ୟରେ ଥିବା ଜୁନିୟର ଖେଳାଳିଙ୍କୁ AIFF FIFA ଟ୍ୟାଲେଣ୍ଟ ଏକାଡେମୀରେ କୋଚିଂ ସହ ପାଠ ପଢିବାର ସୁଯୋଗ ମଧ୍ୟ ଦିଆଯିବ ।AIFF FIFA ଟ୍ୟାଲେଣ୍ଟ ଏକାଡେମୀ ଭୁବନେଶ୍ବର ସପ୍ତମ ବାଟାଲିଆନ ରହିଛି । ବର୍ତ୍ତମାନ ଏହି ଏକାଡେମୀରେ ୧୩ ବର୍ଷରୁ ଅଧିକ ୧୭ ବର୍ଷରୁ କମ ବୟସର ଖେଳାଳିଙ୍କୁ ଚୟନ କରାଯିବ ।

ଫିଫା ମୁଖ୍ୟ ଫୁଟବଲ ଡେଭେଲପମେଣ୍ଟର ଅପରେସନ ଓ୍ବିଙ୍ଗର ଏଆଇଏଫଏଫର ସଭାପତି କଲ୍ୟାଣ ଚୋବେ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡ଼ା ସଚିବ ଆର ଭିନିଲ କ୍ରୀଷ୍ଣାଙ୍କ ଉପସ୍ଥିତରେ MOU ସ୍ବାକ୍ଷରିତ ହୋଇଛି । ତୃଣମୂଳ ସ୍ତରରୁ ଖେଳାଳି ଚୟନ କରି ସ୍ବତନ୍ତ୍ର ଭାବେ ଏକାଡେମୀରେ ତାଲିମ ଦିଆଯିବ ।

AIFF s Talent Academy

ଭାରତୀୟ ଫୁଟବଲ ସଂଘ ଭୁବନେଶ୍ବରରେ ଏକାଡେମୀ କରିବା ପାଇଁ ଆଗ୍ରହ ପ୍ରକାଶ କରିବାର ମୁଖ୍ୟ କାରଣ ଭୁବନେଶ୍ବରରେ କ୍ରୀଡା ଭିତ୍ତିଭୂମି ରହିଛି । ଏପରି ସୁବିଧା ଆଉ କେଉଁ ରାଜ୍ୟରେ ନାହିଁ । ତେଣୁ ଓଡିଶା ଏଥିପାଇଁ ପ୍ରଥମ ପସନ୍ଦର ସ୍ଥାନ । ଏବେ ଫୁଟବଲକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ତିନି ତିନିଟି ଫୁଟବଲ ଅଭ୍ୟାସ ଗ୍ରାଉଣ୍ଡ କରିଛନ୍ତି ।

ଫିଫା ମୁଖ୍ୟଙ୍କ କହିବା ଅନୁସାରେ ଭାରତୀୟ ଖେଳାଳିଙ୍କ ପାଖରେ ଟ୍ୟାଲେଣ୍ଟ ଅଛି । ହେଲେ ସେମାନେ କେବେ ବିଶ୍ବକପ ଫୁଟବଲ ଖେଳିବେ କହି ହେବନି, ମାତ୍ର ଏହି ଏକାଡେମୀ ଆଗାମୀ ତିନିବର୍ଷ ମଧ୍ୟରେ ଅନେକ ଫୁଟବଲ ଖେଳାଳିଙ୍କୁ ଭାରତୀୟ ଟିମରେ ସାମିଲ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+