ଶ୍ରୀମନ୍ଦିରରେ ଭିଡ ଜଗିବ AI କ୍ୟାମେରା

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣ କରାଯିବା ସହିତ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ AI କ୍ୟାମେରା ଲଗାଯିବ। ଶ୍ରୀମନ୍ଦିର ଭିତର ବାହାର ବିଶେଷ କରି ଚାରିଦ୍ବାର ସହିତ ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ାରେ ଏହି ନୂତନ କ୍ୟାମେରା ଲଗାଯିବ। ଏନେଇ ସୂଚନା ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିରର ଚାରିଦ୍ୱାରରେ ସିସିଟିଭି କ୍ଯାମେରା ଲାଗିଥିବା ବେଳେ ଅତ୍ୟାଧୁନିକ ବୈଷୟିକ ବ୍ଯବସ୍ଥା କରାଯିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ହୋଇଥିଲା ନିଷ୍ପତି । ଆଉ ଏବେ ଏଫ୍‌ଏଫ୍‌ସିଏସ୍ ବା ଫୁଟଫଲ କାଉଣ୍ଟିଂ ସିଷ୍ଟମ ଲଗାଯିବା ଦ୍ୱାରା ଶ୍ରୀମନ୍ଦିରରେ ସୁରକ୍ଷା ବ୍ଯବସ୍ଥା ଆହୁରି ସୁଦୃଢ ହେବ ।

ଏହି ଅତ୍ୟାଧୁନିକ ବ୍ୟବସ୍ଥା ଉପଯୋଗ କରି ଶ୍ରୀମନ୍ଦିରର ପ୍ରାୟ ୧୪ଟି ସ୍ଥାନରେ ଲାଗିବ ଏଆଇ କ୍ୟାମେରା । ଆଉ ଏହି ଏଆଇ କ୍ୟାମେରା କାହା ହାତରେ କ'ଣ ରହିଛି ତାହାର ସୂଚନା ତୁରନ୍ତ ପ୍ରଶାସନ ନିକଟରେ ପହ‌ଞ୍ଚାଇ ଦେବ। ଫଳରେ ଶ୍ରୀମନ୍ଦିରରେ ନିଷିଧ ସାମଗ୍ରୀ ଜବତ ସହଜରେ ହୋଇପାରିବ ।

shree mandir

ଏଆଇ ବା ଆଟିଫିସିଆଲ ଇଣ୍ଟଲିଜେନ୍ସ ଟେକ୍ନୋଲୋଜି ଉପଯୋଗ କରି ଅତ୍ୟାଧୁନିକ ଫୁଟଫଲ କାଉଣ୍ଟିଂ କରାଯିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଲକ୍ଷ୍ୟରେ ଏହି ଏଫ୍ଏଫ୍ ସି ଏସ୍ ସ୍ଥାପନ କରାଯାଉଛି । ଏନେଇ ପଦକ୍ଷେପ ନେଇଛି ପଦକ୍ଷେପ । ଶ୍ରୀମନ୍ଦିର - ଭିତରେ ଓ ବାହାରେ ଏହି ଟେକ୍ନୋଲେଜି ବ୍ୟବହାର କରାଯିବ ।

ଏହି ଅତ୍ୟାଧୁନିକ ବ୍ୟବସ୍ଥା ପ୍ରତିଦିନ କେତେ ସଂଖ୍ୟକ ଶ୍ରଦ୍ଧାଳୁ ଠାକୁର ଦର୍ଶନ କରିବାକୁ ଆସୁଛନ୍ତି ତାହା ଗଣତି କରିବ। ଶ୍ରଦ୍ଧାଳୁଙ୍କ ଉପରେ ନଜର ରଖିବ । କାହା ହାତରେ କ'ଣ ରହିଛି ତାହାର ସୂଚନା ତୁରନ୍ତ ପ୍ରଶାସନ ନିକଟରେ ପହ ଞ୍ଚାଇ ଦେବ । ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡ଼ି ଓ ଉତ୍ତୋଳନ କରି ରଖିବ । ଯାହାକୁ ଆବଶ୍ୟକ ବେଳେ ନିରୀକ୍ଷଣ ଅତି ଆରାମରେ କରାଯାଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+