ଏଣିକି ଟୁଇନ ସିଟିକୁ ଜଗିବ AI କ୍ୟାମେରା
ଏଣିକି ଟୁଇନ ସିଟିକୁ ଜଗିବ AI କ୍ୟାମେରା । କଟକ-ଭୁବନେଶ୍ୱରରେ ଲାଗିବ ହାଇ ରିଜୋଲ୍ୟୁସନ ଏଆଇ କ୍ୟାମେରା । ଆଡଭାନ୍ସ ଫେସିଆଲ ରିକୋଗନାଇଜ ସିଷ୍ଟମ ଜରିଆରେ ଚିହ୍ନଟ ହେବ ଅପରାଧୀ ଓ ଟ୍ରାଫିକଖିଲାପକାରୀ । ବାୟୋମେଟ୍ରିକ ଏସେସ କଣ୍ଟ୍ରୋଲ ଜରିଆରେ ଅପରାଧୀ ଓ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ।

ସୂଚନା ଅନୁସାରେ, ଟୁଇନସିଟିରେ ୧ ହଜାର କ୍ୟାମେରା ଲଗାଯାଇଛି ହେଲେ ଏହା ମଧ୍ୟରୁ ଅଧିକାଂଶ ଖରାପ ହୋଇଯାଇଛି। ବଢୁଥିବା ଅପରାଧରେ ରୋକିବା ପାଇଁ ପୋଲିସ କନିଶନର ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଲୋକଙ୍କ ସୁପକ୍ଷା ପାଇଁ ପାଟ୍ରୋଲିଂକୁ ବ୍ୟାପକ ବ୍ୟବସ୍ଥା କରାଯିବ । ସେହିପରି ଆପାର୍ଡମେଣ୍ଟର ସୁରକ୍ଷା ପାଇଁ ସିସିଟିଭି, ସିକ୍ୟୁରୀଟି ଗାର୍ଡ ମୁତୟନ କରାଯିବ ।












Click it and Unblock the Notifications