ଶିମିଳିପାଳରେ ୧୩ ଶିକାରୀଙ୍କୁ ଧରାଇଲା AI କ୍ୟାମେରା

କରଞ୍ଜିଆ : ପୁଣି ଶିମିଳିପାଳରେ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା। ଗତ ୨୪ ତାରିଖ ରାତିରେ ଶିକାର ପାଇଁ ଶିମିଳିପାଳରେ ପ୍ରବେଶ କରିଥିବା ବେଳେ ଏଆଇ କ୍ୟାମେରା ମାଧ୍ୟମରେ ୧୩ ଜଣ ଶିକାରୀଙ୍କୁ ଧରିଲା ବନବିଭାଗ । ୧୩ ଜଣ ଅଭିଯୁକ୍ତ ହେଉଛନ୍ତି କରଞ୍ଜିଆ ଥାନା ଅଞ୍ଚଳ ରାମଯୋଡ଼ି, ଅଁଳାକଣ୍ଟା , ରାଣୀଭୋଳ ଓ ଦୁଧିଆଣି ଗାଁର ବୋଲି ଜଣାପଡିଛି ।

ai camera catches 13-hunter in similipal

ସେମାନଙ୍କ ନିକଟରୁ ୧୩ ଗୋଟି ଧନୁ, ୩୩ ଟି ତୀର ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ବନବିଭାଗ । ସେମାନେ ଶିମିଳିପାଳ ନ୍ୟାସନାଲ ପାର୍କ ରେଞ୍ଜର କୋର୍ ଅଞ୍ଚଳରେ ଶିକାର ପାଇଁ ଯାଇଥିବାବେଳେ ସେମାନଙ୍କୁ ଏଆଇ କ୍ୟାମେରା ଟ୍ରାପ କରିଥିବା ନେଇ ବନବିଭାଗ ସୂଚନା ଦେଇଛି । ଶିମିଳିପାଳ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳ ଭାବେ ପରିଚିତ ନ୍ୟାସନାଲ୍ ପାର୍କ ତଥା ୱାଇଲ୍ଡ ଲାଇଫ ରେଞ୍ଜରେ ୧୩ ଜଣ ଶିକାରୀ ଶିକାର କରିବା ପାଇଁ ଯାଉଥିଲେ। ଶିକାରୀଙ୍କ ତଥ୍ୟ ଏଆଇ କ୍ୟାମେରାରେ କଏଦ ହୋଇଥିଲା। ତଥ୍ୟ ଆଧାରରେ ବନ ବିଭାଗ ବିଭିନ୍ନ କରଞ୍ଜିଆ ଥାନା ଅନ୍ତର୍ଗତ ରାଣିଭୋଳ, ଅଁଳାକଟା, ରାମଯୋଡି, ଦୁଧିଆଣି ଗାଁରେ ଚଢ଼ଉ କରି ୧୩ ଜଣ ଶିକାରୀଙ୍କୁ ଗିରଫ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+