Get Updates
Get notified of breaking news, exclusive insights, and must-see stories!

AI ନଜରରେ ରହିବ ପୁରୀ ସହର : ୱାଇ ବି ଖୁରାନିଆ

ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରେସମିଟ୍। ଚଳିତ ବର୍ଷ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ଅଧିକ କରାଯାଇଛି। ଭକ୍ତମାନଙ୍କ ସୁବିଧାକୁ ଅଧିକ ଗୁରୁତ୍ୱ ଦିଆଯିବ। ରଥଯାତ୍ରାରେ ଲାଗିବ AI ଟେକ୍ନୋଲୋଜି। AI ଇଣ୍ଟିଗ୍ରେଟେଡ୍ ସିଷ୍ଟମ ସ୍ଥାପନ କରାଯିବ। ଟ୍ରାଫିକ ସମସ୍ୟା ଓ ଭିଡ଼କୁ ନିୟନ୍ତ୍ରଣ କରିବ AI। ଯାତ୍ରୀଙ୍କ ପାଇଁ AI ରୁଟ୍ ମ୍ୟାପ୍ ବ୍ୟବସ୍ଥା କରାଯିବ। ଭୁବନେଶ୍ୱରରୁ ପୁରୀ ଆସୁଥିବା ଗାଡ଼ି ଉପରେ ନଜର ରଖିବ AI। ଗାଡ଼ି ପାର୍କିଂ ପାଇଁ ଲଗାଯିବ ସୂଚନା ଫଳକ। ପୁରୀରେ ନିୟୋଜିତ ହେବ ଡ୍ରୋନ୍ ଓ ଆଣ୍ଟି ଡ୍ରୋନ ସିଷ୍ଟମ। ରାପିଡ୍ ଆକ୍ସନ ଫୋର୍ସ, CISF, ରକ୍ଷକ ଗାର୍ଡ ହେବେ ନିୟୋଜିତ।

ଡିଜିପି କହିଛନ୍ତି, ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ନେଇ ସବୁ ବିଭାଗ ସହ ଆଲୋଚନା ସରିଛି। ପୁରୀ ଟାଉନ ଥାନାରେ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ କଣ୍ଟ୍ରୋଲ ରୁମ୍‌ ରହିବ। ରଥଯାତ୍ରାକୁ ଏଥର ଏଆଇ କ୍ୟାମେରା ନଜର ରଖିବ। ପୁରୀ ସହରରେ ଏଆଇ କ୍ୟାମେରା ଲାଗିବ। ସେହିପରି ଭୁବନେଶ୍ବର ଉତ୍ତରା ଛକ ଠାରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ସିସିଟିଭି କ୍ୟାମେରା ଲଗାଯିବ। କୋଣାର୍କ ପଟରୁ ମଧ୍ୟ ପୁରୀ ପର୍ଯ୍ୟନ୍ତ ସିସିଟିଭି ନଜରରେ ରହିବ। ଇଣ୍ଟିଗ୍ରେଟେଡ୍‌ କମାଣ୍ଡ କଂଟ୍ରୋଲ ଜରିଆରେ ଭିଡ଼ ନିୟନ୍ତ୍ରଣ ହେବ।

ai camarea watch in puri rath yatra

ରଥଯାତ୍ରାକୁ ନେଇ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ରଖିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରଥ ଉପରକୁ ଅଣସେବାୟତ ଚଢ଼ିଲେ ଗିରଫ ହେବେ। ରଥ ଉପରେ ମୋବାଇଲ୍ ଫୋନ୍ ବ୍ୟାନ୍ ହେବ। ପହଣ୍ଡିରେ କେଉଁ ସେବାୟତ ରହିବେ ଏହାର ତାଲିକା ପ୍ରସ୍ତୁତ କରାଯିବ। ଅଭିଜ୍ଞ, ବରିଷ୍ଠ ଓ ଯୁବବର୍ଗଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+