Get Updates
Get notified of breaking news, exclusive insights, and must-see stories!

ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର ହେବ, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ

ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର ହେବ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଟେଣ୍ଡର୍ ମ୍ୟାନେଜମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ AI ଆଧାରିତ ହେବ । ଟେଣ୍ଡର୍ ମ୍ୟାନେଜମେଣ୍ଟକୁ ଅନ୍‌ଲାଇନ କରିବ ପୂର୍ତ୍ତ ବିଭାଗ । ପୂର୍ବରୁ ୨ ମାସ ଲାଗୁଥିଲା, ଏବେ ଗୋଟିଏ ସପ୍ତାହରେ ହେବ । ଅନ୍‌ଲାଇନ ଆପ୍ଲିକେସନ୍ କରିବା ପାଇଁ କାମ ଆରମ୍ଭ ହୋଇଛି ।

pruthiraj harichandan

ଏ ନେଇ ଗତକାଲି ଏକ ରିସର୍ଚ୍ଚ ଟିମ୍ ସହ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି । ତେବେ ପ୍ରକଳ୍ପର ବିଡ୍ ଦାଖଲ ହେଲା ପରେ ବିଡ୍ ଗୁଡ଼ିକର ମୂଲ୍ୟାୟନ କରିବା, ବୈଷୟିକ ବିଡ୍ ଏବଂ ଆର୍ଥିକ ବିଡ୍‌ର ତୁଳନା କରିବା, ପ୍ରତିକ୍ରିୟାଶୀଳ ବିଡ୍ ଅଛି କି ନାହିଁ ଅନୁଧ୍ୟାନ କରିବା ଓ ଟେଣ୍ଡରର ମୂଲ୍ୟାଙ୍କନ ପ୍ରକ୍ରିୟା ସଂପୂର୍ଣ୍ଣ ରୂପେ ଏଆଇ ଆଧାରିତ ସଫ୍ଟଓୟାରରେ ମନିଟର କରିବା ପାଇଁ ଖୁବଶୀଘ୍ର ନିଷ୍ପତି ନେବାକୁ ଯାଉଛନ୍ତି ସରକାର । ଏହି ସବୁ ପ୍ରକ୍ରିୟା ପାଇଁ ଏ ପର୍ଯ୍ୟନ୍ତ ମାନୁଆଲି ହେଉଥିଲା । ଯାହା ଫଳରେ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ହେବା ଠାରୁ ପ୍ରକଳ୍ପ କାମ ଆରମ୍ଭ ହେବା ପର୍ଯ୍ୟନ୍ତ ୪-୫ ମାସ ଲାଗିଯାଉଛି ।

ଓଡ଼ିଶାରେ କାମ କରିବାକୁ କଣ୍ଟ୍ରାକ୍ଟର ଡାଟାବେସ୍‌ରେ ପଞ୍ଜୀକରଣ କରିବେ ବାହାର ଏଜେନ୍ସି । ପଞ୍ଜୀକରଣ ନକଲେ ଓଡ଼ିଶାରେ କୌଣସି ପ୍ରକଳ୍ପ କାମ କରି ପାରିବେନି ବାହାର କଣ୍ଟ୍ରାକ୍ଟର । ଖୁବଶୀଘ୍ର ଏ ନେଇ ନିଷ୍ପତି ନେବେ ସରକାର ।

ପୂର୍ତ୍ତ ବିଭାଗ କାମରେ ଇ - କ୍ରୟ ପ୍ରକ୍ରିୟାକୁ ଅନଲାଇନ୍ କରିବା ସହ ସ୍ୱଚ୍ଛତା ଆଣିବେ ସରକାର । ଏଥିପାଇଁ ପ୍ରକ୍ରିୟା ଚାଲିଛି । ଏହାସହ କେଉଁ ପ୍ରକଳ୍ପର କେତେ କାମ ହୋଇଛି, ସେ ବାବଦରେ ଜାଣିବା ପାଇଁ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ କାମ ମଧ୍ୟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+