Ahmedabad plane crash: ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ମର୍ମାହତ ଏବଂ ଦୁଃଖିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପୋଷ୍ଟରେ ଏହି ଦୁଃଖଦ ଘଟଣାଟିକୁ ହୃଦୟବିଦାରକ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ପ୍ରଭାବିତ ଲୋକଙ୍କ ପ୍ରତି ମୋର ସମବେଦନା ପ୍ରକାଶ କରୁଛି। ସେ କହିଛନ୍ତି ଯେ ମୁଁ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହି ରିଲିଫ କାର୍ଯ୍ୟ ଉପରେ ନଜର ରଖିଛି। ଅଭାବନୀୟ ଘଟଣାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁଃଖଦ ଘଟଣା ନେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏୟାର ଇଣ୍ଡିଆର ଅହମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣା ନେଇ ମୁଁ ଗଭୀର ଦୁଃଖ ପ୍ରକାଶ କରୁଛି। ସମସ୍ତ ଯାତ୍ରୀ, କ୍ରୁ ସଦସ୍ୟ ଏବଂ ସେମାନଙ୍କର ପରିବାର ପାଇଁ ପ୍ରାର୍ଥନା କରୁଛି। ଭଗବାନ ଜଗନ୍ନାଥ ସମସ୍ତ ଆହତଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ। ଏଭଳି ଏକ ଖରାପ ସମୟରେ ଗୁଜରାଟର ଲୋକଙ୍କ ସହିତ ଓଡ଼ିଶା ଛିଡ଼ା ହୋଇଛି।












Click it and Unblock the Notifications