ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ
ସ୍ୱାଧୀନତାର ସଂଦେଶ ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସୀଙ୍କୁ ଉଦ୍ବୁଦ୍ଧ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’ ଆଜି ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା
ଭୁବନେଶ୍ୱର: ସ୍ୱାଧୀନତାର ସଂଦେଶ ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସୀଙ୍କୁ ଉଦ୍ବୁଦ୍ଧ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରାୟୋଜିତ 'ଅହିଂସା ରଥ' ଆଜି ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି । ଅହିଂସା ରଥ ଆଜି ସମ୍ବଲପୁର ଜିଲ୍ଲାରେ ଦ୍ୱିତୀୟ ଦିନ ଅବସରରେ ବିଭିନ୍ନ ସ୍ଥାନ ପରିକ୍ରମା କରିଛି ।

ବାମରା ବ୍ଲକର ବାଉଁଶଲଗା ପଞ୍ଚାୟତର ବରଗାଡ଼, ଉଚକା ପାଟ ପଂଚାୟତର କେଛୁ ପାଣି ଗସ୍ତ ସମୟରେ ସ୍ୱାଧୀନତା ସଂଗ୍ରାମୀ ଏବଂ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ରଥକୁ ବାମରା ବିଡିଓଙ୍କ ସମେତ ଜନ ପ୍ରତିନିଧି, ସାଧାରଣ ଜନତା, ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉ ପସ୍ଥିତ ରହି ଭବ୍ୟ ସ୍ୱାଗତ ଜଣାଇଥିଲେ । ଅନ୍ୟ ରଥ ଚାରମାଲରୁ ବାହାରି ଯୁଯୁମୁରା ବ୍ଲକରେ ପହଞ୍ଚିଥିଲା । ଭାର ପ୍ରାପ୍ତ ବିଡ଼ିଓ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅହିଂସା ରଥକୁ ସମ୍ବର୍ଦ୍ଧନା ଜଣାଇଥିଲେ । ବିଭିନ୍ନ ପଂଚାୟତ ଗସ୍ତ ପରେ ରଥ ମାନେଶ୍ୱର ବ୍ଲକ ଗସ୍ତ କରିଛି ।
ସେହିପରି ଅହିଂସା ରଥକୁ ବୌଦ୍ଧ ଜିଲାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞା ପନ କରାଯାଇଛି । କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ରାଣୀ ପଥର ଠାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ସ୍ୱାଗତ ଜ୍ଞାପନ କରାଯାଇଥିଲା । ହରଭଙ୍ଗା ବ୍ଲକର ଚାରିଛକଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଝାଡରାଜିଂ ସେବାଶ୍ରମ, ପଞ୍ଚାୟତ ହାଇସ୍କୁଲ ଚାରିଛକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସନୀ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ନୋଡାଲ ଅଧିକାରୀ ଏପିଡି ପ୍ରତାପ କୁମାର ପ୍ରଧାନ, ବାଣିଭୂଷଣ ପୁର ସର ପଞ୍ଚ ଶ୍ରୀବନ୍ତ ମେହେର, ସିଡି ପିଓ ନିରୂପମା ପାଣି, ଡି ପିଏମ ବେଣୁଧର ମହାପାତ୍ର, ବ୍ଲକ ସଂ ପ୍ରସାରଣ ଅଧିକାରୀ ପ୍ରଦିପ କୁମାର ନାଏକ, ସେକ୍ସନ ଅଧିକାରୀ ବିଜୟ କୁମାର ପାଢୀ, ଆଇସିଡିଏସ ସୁପର ଭାଇଜର, ଅଙ୍ଗନବାଡି କର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିବା ବେଳେ ବିଡିଓ ସ୍ମିତା ରଥ ଓ ଏବିଡିଓ ସୁବାସ ଚନ୍ଦ୍ର ଜାନିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରଥକୁ ପୁରୁଣାକଟକ ଖେଳ ପଡିଆଠାରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, ଭୈରବୀ ଜୁନିୟର ମହାବିଦ୍ୟାଳୟ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ, ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ମଲ୍ଲିକ, ପୁରୁଣାକଟକ ସର ପଞ୍ଚ ଅଶୋକ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ସରସରା ଗ୍ରାମ ପଞ୍ଚାୟତଠାରେ ରଥକୁ ସମ୍ବର୍ଦ୍ଧନା ଅବସରରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଗ୍ରାମ ପରିକ୍ରମା କରାଇଥିଲେ ।
ବୁଟୁ ପାଲିଠାରେ ଏନଏସି ଅଧ୍ୟକ୍ଷ ମୃତୁ୍ୟଞ୍ଜୟ ମିଶ୍ର ଓ ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା ଓ କାଉନସିଲରମାନେ ସ୍ୱାଗତ କରିବା ସହିତ ପାଛୋଟି ନେଇଥିଲେ । ସେଠାରେ ବୁଟୁ ପାଲି ଜେବି ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରଥକୁ ସ୍ୱାଗତ କରିଥିଲେ । ବାଜିରାଉତଙ୍କ ଜୀବନୀ ସଂ ପର୍କରେ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ବୌଦ୍ଧ ଟାଉନହଲ ନିକଟରେ ଅହିଂସା ରଥ ପହଞ୍ଚିବା ପରେ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ସଭା ପତି ରନିାକର ବେହେରା ଓ ସଂ ପାଦକ ଶଶାଙ୍କ ଶେଖର ମିଶ୍ରଙ୍କ ନେତୃତ୍ୱରେ ଏହାକୁ ସ୍ୱାଗତ କରାଯାଇଥିଲା । ଜିଲା ପରିଷଦ ଅଧ୍ୟକ୍ଷା, ଏନଏସି ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ଟାଉନହଲ ସମ୍ମୁଖରେ ସ୍ଥାପିତ ବୌଦ୍ଧର ଦୁଇ ସ୍ୱାଧୀନତା ସଂଗ୍ରାମୀ ପ୍ରେମଶଙ୍କର ପଟ୍ଟନାୟକ ଓ ପ୍ରହଲ୍ଲାଦ ବିଶିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟା ର୍ପଣ କରାଯାଇଥିଲା । ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ବ୍ୟାଣ୍ଡ ଦ୍ୱାରା ରଥକୁ ସ୍ୱାଗତ କରାଯିବା ସହିତ ଟାଉନହଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧର ସ୍ୱାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ସେଣ୍ଟ୍ ଜାଭିୟର ବିଦ୍ୟାଳୟ ଓ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଟାଉନହଲଠାରୁ ରଥକୁ ଏକ ବାଇକ୍ ଶୋଭାଯାତ୍ରାରେ ବୌଦ୍ଧ ବ୍ଳକକୁ ନିଆଯାଇଥିଲା । ସେହି ପରି ଦ୍ୱିତୀୟ ରଥ ହରଭଙ୍ଗା ବ୍ଲକ ହରେକଷ୍ଣ ପୁର ଗୋ ପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ରଥକୁ ନୂଆ ପଡାଠାରେ ସ୍ୱାଗତ କରାଯିବା ପରେ ବୀରନରସିଂହ ପୁର ବିଦ୍ୟାଳୟଠାରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟା ର୍ପଣ କରାଯାଇଥିଲା । ସାଧୁଚରଣ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନଶିକ୍ଷକ ନବ କୁମାର ଦୀପଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ରାଜ୍ୟ ଅହିଂସା ରଥ ସଂଯୋଜକ ତେଜେଶ୍ୱର ଜଗତ ଓ ବ୍ଲକ ସଂଯୋଜକ ବସନ୍ତ କୁମାର ସାହୁ ଯୋଗ ଦେଇଥିଲେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications