Get Updates
Get notified of breaking news, exclusive insights, and must-see stories!

ପିପିଲିରେ ଗଡ଼ିଲା ଅହିଂସା ରଥ

Ahinsa Ratha:"Ahinsa Ratha" circumambulating Pipiliପିପିଲିରେ ପହଁଚିଲା ଅହିଂସା ରଥ

ପିପିଲି: ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ରଥର ଉଦଘାଟନ କରିଥିଲେ । ରାଜ୍ୟର ୩୦ ଗୋଟି ଜିଲ୍ଲାକୁ ଏହି ରଥ ପରିକ୍ରମା କରିବ । ଆଜି ପୂର୍ବାହ୍ନରେ ପିପିଲିର ଗୁଡିଆପୋଖରୀ ବଜାରଠାରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା । ପିପିଲିର ପୌରାଞ୍ଚଳ ଯଥା ଚାନ୍ଦୁଆବଜାର, ହାଟଛକ, ମେଡିକାଲଛକ, ବ୍ଲକଛକ, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁରବଜାର, ଦୁର୍ଗାଦାସପୁର, ସାତଶଙ୍ଖ ବଜାର, ବୀରପୁରୁଷୋତ୍ତମପୁର, ପୋଡଙ୍ଗ ଛକ, ହାଟସାହିରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା । ଅହିଂସା ରଥରେ ସ୍ଥାପିତ ବିଶାଳ ଭିଡିଓ ୱାଲ୍ ଜରିଆରେ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ରାଜ୍ୟର ବିଭିନ୍ନ ସ୍ବାଧୀନତା ସଂଗ୍ରାମୀ ଏବଂ ମହାପୁରୁଷଙ୍କ ଜୀବନୀ ଉପରେ ଆଧାରିତ ଏକ ସୁନ୍ଦର ଫିଲ୍ମ ପ୍ରଦର୍ଶିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ପରିବେଷଣ କରାଯାଇଥିଲା ।

ODISHA

ପୁରୀ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ମହାପାତ୍ର, ଜିଲ୍ଲା ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପିପିଲି ବିଡିଓ ରଶ୍ମିତା ନାଥ, ସିଡିପିଓ ସ୍ନେହଲତା ନାୟକ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଏନଏସି ନିର୍ବାହୀ ଅଧିକାରୀ ପୂଜା ରାଉତ, ଓଏଲ୍‍ଏମ୍‍ ବିପିଏମ୍‍ ପ୍ରମୋଦିନି ବେହେରା, ପିପିଲି ସାଂସ୍କୃତିକ ପରିଷଦର ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ସଂଯୋଜକ ପ୍ରକାଶ ମିଶ୍ର ପ୍ରମୁଖ ଅହିଂସା ରଥକୁ ସ୍ୱାଗତ କରିଥିଲେ । ଏହାପରେ ପିପିଲି ସହର ପ୍ରବେଶ ପଥ ଠାରୁ ଘୋଡା ନାଚ ଓ ସ୍କୁଲ ପିଲାଙ୍କ ଡ୍ରମ ବାଦନର ଶୋଭାଯାତ୍ରା ଆରମ୍ଭ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+