ଭୁବନେଶ୍ବର ପରିକ୍ରମା କରୁଛି "ଅହିଂସା ରଥ" ,ଭବ୍ୟ ସ୍ବାଗତ କଲେ ରାଜଧାନୀବାସୀ
ଆଜି ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ରଥର ଉଦଘାଟନ କରିଛନ୍ତି। ରାଜ୍ୟର ୩୦ ଗୋଟି ଜିଲ୍ଲାକୁ ଏହି ରଥ ପରିକ୍ରମା କରିବାକୁ ଥିବା ବେଳେ ଆଜି ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ପହଞ୍ଚିଛି ଏହି ରଥ।
ଭୁବନେଶ୍ବର: ଆଜି ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ରଥର ଉଦଘାଟନ କରିଛନ୍ତି। ରାଜ୍ୟର ୩୦ ଗୋଟି ଜିଲ୍ଲାକୁ ଏହି ରଥ ପରିକ୍ରମା କରିବାକୁ ଥିବା ବେଳେ ଆଜି ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ପହଞ୍ଚିଛି ଏହି ରଥ।

ବିଭିନ୍ନ ସ୍ଥାନରେ ସାଧାରଣ ଜନତା ଆଗ୍ରହର ସହିତ ଏହି ରଥକୁ ସ୍ବାଗତ କରୁଥିବା ଦେଖିବାକୁ ମିଳିଛି। ରଥରେ ସ୍ଥାପିତ ବିଶାଳ ଭିଡିଓ ୱାଲ୍ ଜରିଆରେ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ରାଜ୍ୟର ବିଭିନ୍ନ ସ୍ବାଧୀନତା ସଂଗ୍ରାମୀ ଏବଂ ମହାପୁରୁଷଙ୍କ ଜୀବନୀ ଉପରେ ଆଧାରିତ ଏକ ସୁନ୍ଦର ଫିଲ୍ମ ପ୍ରଦର୍ଶିତ କରାଯାଉଛି। ଭୁବନେଶ୍ଵର ସୈନିକ ସ୍କୁଲରେ ଛାତ୍ରଛାତ୍ରୀମାନେ ଉତ୍ସାହ ପ୍ରଦର୍ଶନ କରି ରଥକୁ ସ୍ବାଗତ କରିବା ସହିତ ବାଜି ରାଉତଙ୍କ ଜୀବନ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ଦେଖିଥିଲେ।
ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସଙ୍ଗୀତରେ ଛାତ୍ରଛାତ୍ରୀମାନେ ନୃତ୍ୟ ପ୍ରଦର୍ଶନ କରି ଆଜି ସ୍ବାଧୀନତା ଦିବସରେ ଦେଶ ଭକ୍ତିର ସୁନ୍ଦର ବାତାବରଣ ସୃଷ୍ଟି କରିଥିବା ଦେଖାଯାଇଥିଲା।

ବିଭିନ୍ନ ଗୋଷ୍ଠୀ ତଥା ସ୍ଥାନୀୟ କର୍ପୋରେଟର ମାନେ ରଥକୁ ସ୍ବାଗତ କରିଥିଲେ। ଆଜି ଭୁବନେଶ୍ଵରରେ ବଡଗଡ, ଡୁମଡୁମା, ଚନ୍ଦ୍ରଶେଖରପୁର, ସୈନିକ ସ୍କୁଲ, ସୁନ୍ଦରପଦା, ଭିଏସଏସ ନଗର, ଲିଙ୍ଗରାଜ ମନ୍ଦିର ଅଞ୍ଚଳ ଇତ୍ୟାଦି ସ୍ଥାନ ପରିକ୍ରମା କରିଛି।












Click it and Unblock the Notifications