ରାଜ୍ୟ ପରିକ୍ରମା କରୁଛି 'ଅହିଂସା ରଥ', ମିଳୁଛି ବିପୁଳ ସମର୍ଥନ
Ahimsa Rath: "Ahimsa Rath" Voyage Across State , Immense Public Supportରାଜ୍ୟ ପରିକ୍ରମା କରୁଛି 'ଅହିଂସା ରଥ', ମିଳୁଛି ବିପୁଳ ସମର୍ଥନ
ଭୁବନେଶ୍ୱର: ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ଅହିଂସା ରଥ'ର ଉଦଘାଟନ କରିଥିଲେ । ରାଜ୍ୟର ୩୦ ଗୋଟି ଜିଲ୍ଲାକୁ ଏହି ରଥ ପରିକ୍ରମା କରିବ । ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏଭଳି ବାର୍ତ୍ତା ପ୍ରଚାର ପାଇଁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି । ରାଜ୍ୟ ସରକାରଙ୍କ ଅହିଂସା ରଥଅନୁଗୋଳ ଏବଂ ନୟାଗଡ଼ ଜିଲ୍ଲାରେ ପହଞ୍ଚିସାରିଛି । ସେହିପରି ପୁରୀ ଜିଲ୍ଲା ପରିକ୍ରମା ପରେ ନିରାକାର ପୁରଠାରେ ଜିଲ୍ଲା ପରିଷଦ ସଭାପତି ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଜିଲ୍ଲା ପରିଷଦ ସଭ୍ୟବୃନ୍ଦ ଏବଂ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ସ୍ଥାନୀୟ ଜନସାଧାରଣ 'ଅହିଂସା ରଥ'କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ।

'ଅହିଂସା ରଥ' ନିରାକାରପୁରରୁ ଚମ୍ପାଗଡ଼, ଚାନ୍ଦପୁର, ଗୋପାଳପୁର, ବଳଭଦ୍ରପୁର, ରଣପୁର ହାଇସ୍କୁଲ, ଗୋଡ଼ିପଡ଼ା ଗ୍ରାମପଞ୍ଚାୟତ ଅଫିସ, ଶରଣକୂଳ ଅଡିଟୋରିୟମ୍, ଓରପଡ଼ା, ଓଡ଼ଗାଁ ଆଦି ସ୍ଥାନ ପରିକ୍ରମା କରିଥିଲା । ସ୍ଥାନୀୟ ସରପଞ୍ଚ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଜିଲ୍ଲା ପରିଷଦ ସଭ୍ୟବୃନ୍ଦ, ସ୍ଥାନୀୟ ଜନସାଧାରଣ ମଧ୍ୟ 'ଅହିଂସା ରଥ' ଭବ୍ୟ ସ୍ୱାଗତ କରିଥିଲେ ।













Click it and Unblock the Notifications