Get Updates
Get notified of breaking news, exclusive insights, and must-see stories!

ଗଞ୍ଜାମ - ଜଗତସିଂହପୁର ଜିଲ୍ଲାରେ 'ଅହିଂସା ରଥ' ପରିକ୍ରମା

ଗଞ୍ଜାମ - ଜଗତସିଂହପୁର ଜିଲ୍ଲାରେ 'ଅହିଂସା ରଥ' ପରିକ୍ରମା

ଗଞ୍ଜାମ: ସ୍ୱାଧୀନତା ୭୫ ବର୍ଷ ପୂର୍ତ୍ତି ତଥା ଆଜାଦିକା ଅମୃତ ମହୋତ୍ସବ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ବୁଲୁଛି 'ଅହିଂସା ରଥ'। ରାଜ୍ୟର ସମସ୍ତଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରୟାସ କରିଥିବା ବେଳେ ଏହାକୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ମିଳିଛି ।ରବିବାର 'ଅହିଂସା ରଥ' ଗଞ୍ଜାମ ଜିଲ୍ଲାରେ ତୃତୀୟ ଦିନରେ ବିଭିନ୍ନ ସ୍ଥାନ ବୁଲି ଗାନ୍ଧିଜୀ, ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ, ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସଂପର୍କିତ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ କରୁଥିବାବେଳେ ଜଗତସିଂହପୁରରେ ଗତକାଲି ଅହିଂସା ରଥ ପରିକ୍ରମା ଆରମ୍ଭ ହୋଇଛି । ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଲକ୍ଷ ଲକ୍ଷ ଲୋକ ସ୍ୱାଧୀନତାର ଉଚ୍ଛ୍ୱାସକୁ ଅନୁଭବ କରିଥିବାବେଳେ ରାଜ୍ୟ ସରକାରଙ୍କ ଦ୍ୱାରା 'ଅହିଂସା ରଥ'ର ଅଭିନବ କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଜାତୀୟତା ଭାବନାର ପୁନଃଜାଗରଣ ସୃଷ୍ଟି କରାଇପାରିଛି ।

Ahimsa Rath

ଗତକାଲି ଦୁଇଟି 'ଅହିଂସା ରଥ'କୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁଜଙ୍ଗ ବ୍ଲକ୍‌ର ଭୂତମୁଣ୍ଡାଇଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଶ୍ରୀ ରୁଦ୍ରନାରାୟଣ ଦାଶ, ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, କୁଜଙ୍ଗ ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମତୀ ନୀନାରାଣୀ ସାହୁ, ଉପାଧ୍ୟକ୍ଷ ଜ୍ଞାନଜିତ୍‌ ସ୍ୱାଇଁ, ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ଜନପ୍ରତିନିଧି, ମିଶନ ଶକ୍ତି ସଦସ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଛାତ୍ରଛାତ୍ରୀ ଓ ବହୁସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି 'ଅହିଂସା ରଥ'କୁ ସ୍ୱାଗତ ଜଣାଇଥିଲେ ।

Ahimsa Rath

ଗୋଟିଏ 'ଅହିଂସା ରଥ' ଜଗତି ହାଇସ୍କୁଲ, ଚଉମୁହାଣି, ପାରାଦ୍ୱୀପଗଡ଼, ଉଦୟବଟ, ଦୋଛକି ଦେଇ ପାରାଦ୍ୱୀପ ପୌରପରିଷଦ ଅଞ୍ଚଳରେ ପରିକ୍ରମା କରିଥିଲା । ଏନ୍‌ଏସି ହାଇସ୍କୁଲ ପାରାଦ୍ୱୀପ, ବିଜୁ ମଇଦାନ ଦେଇ କୁଜଙ୍ଗ ବ୍ଲକ୍‌ର ଝିମାଣି, କାଳିଆପାଟ ଅଞ୍ଚଳ ପରିକ୍ରମା କରି ରଥ ବି.ବି. ହାଇସ୍କୁଲ, କୁଜଙ୍ଗଠାରେ ପହଞ୍ଚିଥିଲା । ଅନ୍ୟ ରଥଟି ରାହାମା ବଜାର, ନଭୋଦୟ ବିଦ୍ୟାଳୟ, ବଡ଼ବାଳିକଣି, ସରଳି, ପଣ୍ଡୁଆ, ସାଇଲୋ ବଣିତୋ, ପୋତାନଈ ଅତିକ୍ରମ କରି ଏରସମା ବ୍ଲକ୍‌ ଅଞ୍ଚଳରେ ପରିକ୍ରମା କରିଥିଲା । ପାରାଦ୍ୱୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ନଭୋଦୟ ବିଦ୍ୟାଳୟଠାରେ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Ahimsa Rath

ଏରସମାଠାରେ ବାଲିକୁଦା-ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ, ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ବିଡ଼ିଓ କୈଳାସ ବେହେରା ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ରଥକୁ ସ୍ୱାଗତ ଜଣାଇଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ଚଟୁଆସ୍ଥିତ ଐତିହାସିକ ବେଡ଼ିମଠରେ 'ଅହିଂସା ରଥ'କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କୁଜଙ୍ଗର ପାଇକ ଆଖାଡ଼ା ଦଳ ଆକର୍ଷଣୀୟ ପାଇକ ଆଖାଡ଼ା ପ୍ରଦର୍ଶନ କରିଥିଲେ । ଅହିଂସାର ବାର୍ତ୍ତା ବହନ କରି ତୃତୀୟ ଦିବସରେ ଅହିଂସା ରଥ ମଧ୍ୟରୁ ଗୋଟିଏ ରଥ ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ୍‌ ପରିକ୍ରମା କରିଛି । ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବ୍ଲକ୍‌ ଅଧ୍ୟକ୍ଷା ସାଇବାଣୀ ମଲ୍ଲିକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା, ବିଡ଼ିଓ ସୀମାଞ୍ଚଳ ମଣ୍ଡଳ, ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, କାର୍ଯ୍ୟନିର୍ବାହୀ ଅଧିକାରୀ ଦ୍ୱିତୀକୃଷ୍ଟ ପାତ୍ର, ପଞ୍ଚାୟତିରାଜ ପ୍ରତିନିଧି ପ୍ରମୁଖ ରଥକୁ ସ୍ୱାଗତ କରିଥିଲେ ।

ମହାତ୍ମା ଗାନ୍ଧୀ ସ୍ମୃତି ଭବନଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍ଥାନୀୟ କଳାକାର ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରେ ରଥକୁ ବେଲଗୁଣ୍ଠାଠାରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ତହସିଲଦାର ଧରଣୀଧର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ବ୍ଲକ୍‌ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଫିରୋଜ ସେଠୀ, ପଞ୍ଚାୟତିରାଜ ପ୍ରତିନିଧି, ଛାତ୍ରଛାତ୍ରୀ ଓ ବହୁସଂଖ୍ୟକ ଜନସାଧାରଣ ସ୍ୱାଗତ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ଅନୁଷ୍ଠିତ ହୋଇଥିଲା । ସେହିପରି ଭଞ୍ଜନଗରଠାରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବିଡ଼ିଓ ଶଶିଭୂଷଣ ମହାପାତ୍ର, ତହସିଲଦାର ନିହାର ରଞ୍ଜନ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମାଜସେବୀ ଶୁଳପାଣି ଶତପଥୀ, ଜଗଦୀଶ ପାଣିଗ୍ରାହୀ, ସାଂସଦଙ୍କ ପ୍ରତିନିଧି ପଞ୍ଚାନନ ପାଳ, ଜନପ୍ରତିନିଧି, ଛାତ୍ରୀଛାତ୍ରୀ ଅହିଂସା ରଥକୁ ସ୍ୱାଗତ କରିଥିଲେ । ଭଞ୍ଜନଗର ବିପଦର ବନ୍ଧୁଙ୍କ ଦ୍ୱାରା ୭୫ ମିଟର ଦୈର୍ଘ୍ୟବିଶିଷ୍ଟ ଜାତୀୟ ପତାକା ରାଲି କରାଯାଇଥିଲା । ଯୋଡ଼ିଶଙ୍ଖ, ବାଘନାଚ, ପଶୁନୃତ୍ୟ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରବିନାରାୟଣ ବେହେରାଙ୍କ ରଚିତ ମୁକ୍ତିପଥ ଯାତ୍ରୀ-ଅହିଂସା ସାରଥୀ ନାଟକ ପରିବେଷଣ କରାଯାଇଥିଲା । ଅନ୍ୟ ରଥଟି କୁକୁଡ଼ାଖଣ୍ଡି ବ୍ଲକ୍‌ରେ ପହଞ୍ଚିବା ପରେ ବିଡ଼ିଓ ପଲ୍ଲବୀ ସ୍ୱାଇଁ, ତହସିଳଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ବ୍ଲକ୍‌ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ବିଷ୍ଣୁପି୍ରୟା ପାତ୍ର, ସରପଞ୍ଚ କ୍ରାନ୍ତୀକୁମାରୀ ଦେବୀ, ଚିତ୍ତ ରଞ୍ଜନ ବିଷୋୟୀ, ଜନପ୍ରତିନିଧି, ଛାତ୍ରଛାତ୍ରୀ ସ୍ୱାଗତ କରିଥିଲେ ।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରଙ୍ଗେଇଲୁଣ୍ଡା ବ୍ଲକ୍‌ରେ ବିଡ଼ିଓ ବିଶ୍ୱଜିତ ରାୟ, ତହସିଲଦାର ମନୋଜ କୁଜୁରୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍‌. ରାଜେଶ୍ୱରୀ ଦୋରା, ଜନପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ ଓ ବହୁସଂଖ୍ୟକ ଜନସାଧାରଣ ଅହିଂସା ରଥକୁ ସ୍ୱାଗତ କରିଥିଲେ । ଗୋପାଳପୁରଠାରେ ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ତି୍ରନାଥ ବେହେରା, ଜନପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ ଓ ବହୁସଂଖ୍ୟକ ଜନସାଧାରଣ ଅହିଂସା ରଥକୁ ସ୍ୱାଗତ କରିଥିଲେ । ଉଭୟ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+