'ଅହିଂସା ରଥ' ସ୍ଵାଗତ କାର୍ଯ୍ୟକ୍ରମରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
'ଅହିଂସା ରଥ' ସ୍ଵାଗତ କାର୍ଯ୍ୟକ୍ରମରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ଯାଜପୁର: ଅହିଂସା ରଥ ସ୍ଵାଗତ କାର୍ଯ୍ୟକ୍ରମରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା । ସ୍ୱାଧୀନତା ସଂଗ୍ରାମ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂଘର୍ଷ ଓ ବୀରତ୍ୱର ସ୍ମୃତିଚାରଣ ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟରେ ଆଜିକୁ ୩୮ ଦିନ ବ୍ୟାପି 'ଅହିଂସା ରଥ' ପରିକ୍ରମା କରୁଛି । ମହାତ୍ମାଗାନ୍ଧୀ ଭାରତୀୟମାନଙ୍କୁ ଅହିଂସା ମାର୍ଗରେ ଯାଇ ସ୍ୱାଧୀନତା ଦେଇଥିଲେ । ଅହିଂସା ହିଁ ସତ୍ୟ, ଶାନ୍ତି ଓ ନ୍ୟାୟର ମାର୍ଗ । ହିଂସାର ପରାଜୟ ହୋଇ ଯୁଗେ ଯୁଗେ ଅହିଂସାର ବିଜୟ ହୋଇଛି । ସର୍ବତ୍ର ଅହିଂସା ରଥର ଆଗମନରେ ଜନସାଧାରଣଙ୍କ ପ୍ରତିକ୍ରିୟାରୁ ଏହା ପ୍ରମାଣିତ ହୋଇଛି । ଏହି କ୍ରମରେ 'ଅହିଂସା ରଥ' ଗତକାଲି ଯାଜପୁର ଓ ରାୟଗଡ଼ା ଜିଲ୍ଲା ପରିକ୍ରମା କରିଥିଲା ।

ଭଦ୍ରକ ଜିଲ୍ଲାରୁ ଆସିଥିବା 'ଅହିଂସା ରଥ'କୁ ଯାଜପୁର ଜିଲ୍ଲାସ୍ଥିତ ଗାନ୍ଧିଜୀଙ୍କ ପରିଦର୍ଶନ ସ୍ଥାନ ଦେବୀଗଡାଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ସ୍ୱାଗତ ଉତ୍ସବରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଗାନ୍ଧିଜୀଙ୍କ ପରିଦର୍ଶନ ସ୍ଥାନ ଦେବୀଗଡା ଠାରୁ ରଥକୁ ଏକ ଭବ୍ୟ ପଟୁଆରରେ ୧୫ଟି ସାଂସ୍କୃତିକ ଦଳ, ପ୍ରଜ୍ଞାପନ ମେଢ଼ ସହିତ ପ୍ରାୟ ୨୫୦୦ ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ, ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱଚ୍ଛସାଥି ଏକ ୫୦୦ ଫୁଟର ବିଶାଳ ତ୍ରିରଙ୍ଗା ନେଇ ସହର ସ୍ଥିତ ଗାନ୍ଧୀ ଛକ ନିକଟରେ ପହଂଚି ଥିଲେ । ଦେଢ଼ କିଲୋମିଟର ବ୍ୟାପି ଏହି ଶୋଭାଯାତ୍ରାକୁ ସହରର ହଜାର ହଜାର ଜନସାଧାରଣ ଉପଭୋଗ କରିଥିଲେ । ଏହି ସ୍ୱାଗତ ଉତ୍ସବରେ ଜିଲ୍ଲା ପରିଷଦର ସଭାପତି ନଳିନୀ ପ୍ରଭା ଜେନା, ଉପ ସଭାପତି ଗଣେଶ୍ୱର ବରାଳ, ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ବହୁବୁଦ୍ଧିଜୀବୀ, ସଂସ୍କୃତିପ୍ରେମୀ, ଛାତ୍ର ଛାତ୍ରୀ, ସାମ୍ବାଦିକ ପ୍ରମୁଖ ସାମିଲ ହୋଇଥିଲେ । ଗୋଟିଏ ରଥ ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ କସପା ଏବଂ ଥାଲକୁଡି ଅଞ୍ଚଳ, ପ୍ରୀତିପୁର ଓ ମାଂସଡା ଅଞ୍ଚଳ ପରିକ୍ରମା କରିଥିବାବେଳେ ଅନ୍ୟ ଗୋଟିଏ ରଥ ପାଣିକୋଇଲି, କୋରେଇ, ବ୍ୟାସନଗର ପୌରାଞ୍ଚଳ ଓ ଦାନଗଦି ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା ।

ଅନ୍ୟ ଏକ ଅହିଂସା ରଥକୁ ଦଶରଥପୁର ବ୍ଲକ ଅଂଚଳର କସପା ପଂଚାୟତ କାର୍ଯ୍ୟାଳୟଠାରେ ଭବ୍ୟ ସ୍ୱାଗତ କରାଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱାଗତ ଉତ୍ସବରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ସଂଗଠନ, ବଣିକ ସଂଘ, ସରକାରୀ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ତଥା ମହିଳା ସ୍ୱୟଂ ସହାୟକ ଦଳ ଓ ସମବେତ ଜନସାଧାରଣ ଶୋଭାଯାତ୍ରା ଓ ଦେଶାତ୍ମବୋଧ ସ୍ଲୋଗାନ ମାଧ୍ୟମରେ ସ୍ୱାଗତ କରିଛନ୍ତି । 'ଅହିଂସା ରଥ' ଦଶରଥପୁର ବ୍ଲକ ପରିକ୍ରମା କରିବା ସହିତ ମହାପୁରୁଷଙ୍କ କଥାଚିତ୍ର ଏଲଇଡ଼ି ସ୍କ୍ରିନ ମାଧ୍ୟମରେ ପ୍ରଦର୍ଶନ ପୂର୍ବକ ଉତ୍ତରପିଢିଙ୍କୁ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଏବଂ ଗାନ୍ଧିଜୀଙ୍କ ଅହିଂସା ଦର୍ଶନ ସମ୍ପର୍କରେ ଅବଗତ କରିବାରେ ପ୍ରଭାବୀ ହୋଇପାରିଛି । ଏହାପରେ ଅହିଂସା ରଥ ଉକ୍ତ ବ୍ଲକର ଥାଲକୁଡ଼ି ଅଂଚଳ ପରିକ୍ରମା କରିଥିଲା । ସେଠାରେ ଅହିଂସା ରଥକୁ ସ୍ଥାନୀୟ ସରପଞ୍ଚ, ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକ ସ୍ୱାଗତ କରିଥିଲେ । ରଥ ପରେ ଏକ ଶୋଭାଯାତ୍ରାରେ ବାହାରି ମଙ୍ଗଳପୁର ବଜାର ପରିକ୍ରମା କରି ଥାଲକୁଡ଼ି କଲ୍ୟାଣ ମଣ୍ଡପ ନିକଟରେ ପହଞ୍ଚିଥିଲା ।
ବ୍ଲକର ପ୍ରଗତି ସହାୟକ ସୁମନ୍ତ କୁମାର ବେହେରା, ସହକାରୀ ଯନ୍ତ୍ରୀ ରାହାସ ବିହାରୀ ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥୀ ପ୍ରମୁଖଙ୍କ ଉପସ୍ଥିତିରେ ସଭା କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗାନ୍ଧିଜୀ ଓ ଓଡ଼ିଶା ଶୀର୍ଷକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ରାୟଗଡ଼ା ଜିଲ୍ଲା ବିସମ କଟକ ବ୍ଲକର କୁଟୁରାଗଡ ଗ୍ରାମରେ ଆଜି ଅହିଂସା ରଥ ପରିକ୍ରମା କରିଥିଲା ।
କୁଟୁରଝଗଡ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସେଠାରେ ସହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଆଧାରିତ ସିନେମା ପ୍ରଦର୍ଶନ କରାଯାଇଥିଲା । ଏହାପରେ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେପରେ ରଥ ରାଇବିଜି ଅଞ୍ଚଳ ଗସ୍ତ କରିଥିଲା । ନେହେରୁପାଙ୍ଗାଠାରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ପ୍ରମୁଖ ରଥକୁ ସ୍ୱାଗତ ଜଣାଇ ଥିଲେ । ନେହେରୁପାଙ୍ଗା ଆଶ୍ରମ ବିଦ୍ୟାଳୟର ପରିସରରେ ଏକ ସଭା ଓ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏଠାରେ ଭିଡିଓ ମାଧ୍ୟମରେ ଗାନ୍ଧୀଙ୍କ ଅହିଂସା ବାର୍ତ୍ତା ପ୍ରଦର୍ଶନ କରଯାଇଥିଲା । ଛାତ୍ରଛାତ୍ରୀମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଚନ୍ଦ୍ରପୁର ସଦର ମହକୁମାଠାରେ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, ଥାନା ଅଧିକାରୀ, ମେଡିକାଲ ଅଫିସର, ବିଇଓ ପ୍ରମୁଖ ଉପସ୍ଥିତ ରହି ଏକ ବର୍ଣ୍ଣାଢ୍ୟ ପରିବେଶରେ ରଥକୁ ସ୍ୱାଗତ ଜଣାଇ ଥିଲେ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ












Click it and Unblock the Notifications