କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା କହିଲେ କୃଷି ମନ୍ତ୍ରୀ
କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଲକ୍ଷେ ଟପିଛି । ଆଜି ବିଧାସନଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ।
ଭୁବନେଶ୍ୱର: କାଳିଆ ଯୋଜନାରେ ବିବାଦାୟୀ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଲକ୍ଷେ ଟପିଛି । ଆଜି ବିଧାସନଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ।

କାଳିଆରେ ମୋଟ ୧ ଲକ୍ଷ ୪ ହଜାର ୭୬ ଜଣ ଅଯୋଗ୍ୟ ଘୋଷିତ ହୋଇଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେପଟେ ବିଧାୟକ ପ୍ରଫୁଲ ସାମଲଙ୍କ ପ୍ରଶ୍ନର ଉତ୍ତର ରଖି କୃଷି ମନ୍ତ୍ରୀ କହିଛନ୍ତି କାଳିଆରେ ୫୬ ଲକ୍ଷ ୧୪ ହଜାର ୭୦୭ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।
ସେପଟେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତର ରଖି ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୦ ହଜାର ୮୭୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୭ ଲକ୍ଷ ୪ ହଜାର ୭୩୩ ଜଣ ଭୂମିହୀନ କୃଷକ ପରିବାର ଉପକୃତ ହୋଇଥିବା କୃଷି ମନ୍ତ୍ରୀ କହିଛନ୍ତି । ତେବେ ଯେଉଁମାନେ ଏଯାଏଁ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରି ନାହାନ୍ତି, ସେମାନେ କାଳିଆ ୱେବ୍ ପୋର୍ଟାଲରେ ଆବଶ୍ୟକ ଡକ୍ୟୁମେଣ୍ଟ୍ ସହ ଅନଲାଇନ୍ ଆବେଦନ କରିପାରିବେ।












Click it and Unblock the Notifications