Get Updates
Get notified of breaking news, exclusive insights, and must-see stories!

ଇଫକୋ ‘ନାନୋ ୟୁରିଆ’ ର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ ଅରୁଣ ସାହୁ

ଗୁରୁବାର ରାଜ୍ୟ କୃଷିମନ୍ତ୍ରୀ ଡ. ଅରୁଣ ସାହୁ ରାଜ୍ୟକୁ ଆସୁଥିବା ପ୍ରଥମ ନାନୋ ୟୁରିଆ ସାର ଗାଡ଼ିକୁ ପତାକା ଦେଖାଇ ଶଭୁାରମ୍ଭ କରିଛନ୍ତି ।

ଭୁବନେଶ୍ୱର: ଇଣ୍ଡିଆନ ଡି ଫାରମର୍ସ ଫର୍ଟିଲାଇଜର୍ସ କୋ-ଅପରେଟିଭ (ଇଫକୋ) ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନାନୋ ୟରିଆର ଓଡ଼ିଶାରେ ପ୍ରଚଳନ ଆରମ୍ଭ ହୋଇଛି । ଗୁରୁବାର ରାଜ୍ୟ କୃଷିମନ୍ତ୍ରୀ ଡ. ଅରୁଣ ସାହୁ ରାଜ୍ୟକୁ ଆସୁଥିବା ପ୍ରଥମ ନାନୋ ୟୁରିଆ ସାର ଗାଡ଼ିକୁ ପତାକା ଦେଖାଇ ଶଭୁାରମ୍ଭ କରିଛନ୍ତି । ଏହି ଅବସରରେ ଚାଷୀମାନଙ୍କୁ ନାନୋ ଟେକନୋଲୋଜିର ନୂତନ ଜ୍ଞାନ କୌଶଳ ଗ୍ରହଣ ଓ କ୍ଷେତ୍ର ପ୍ରୟୋଗ କରି କମ ଖର୍ଚ୍ଚରେ ଚାଷକୁ ଲାଭଜନକ ପର୍ଯ୍ୟାୟରେ ନେବାକୁ ମନ୍ତ୍ରୀ ଡ. ସାହୁ ମତ ରଖିଛନ୍ତି ।

IFFCO Nano urea

ଏହା ସହିତ କୃଷି ଓ କୃଷକର ଉନ୍ନତ୍ତି ପାଇଁ ଇଫକୋକୁ ମଧ୍ୟ ମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ଏହା ବ୍ୟତୀତ ଇଫକୋ ପ୍ରବନ୍ଧ ନିର୍ଦ୍ଦେଶକ ଡ. ୟୁଏସ ଅସ୍ଥି ନାନୋ ୟୁରିଆ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି । ଏହା ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି ପ୍ରାୟ ୯୦ଟି ଫସଲ ଓ ୧୧୦୦ଟି ପ୍ରଦର୍ଶନ କ୍ଷେତ୍ରର ଫଳାଫଳ ଓ ଭାରତୀୟ କୃଷି ଅନୁସନ୍ଧାନ (ଆଇସିଏଆର୍) କୃଷି ବିଜ୍ଞାନ କେନ୍ଦ୍ର (କେଭିକେ)ର ତତ୍ତ୍ୱାବଧାନ ଆଧାରରେ ପର୍ଯ୍ୟବେଶିତ ହୋଇଛି ବୋଲି ସେ କହିଛନ୍ତି । ଏହା ୟୁରିଆ ସାରର ବିକଳ୍ପ ଭାବରେ ଚାଷ ପାଇଁ ବ୍ୟବହାର ଯୋଗ୍ୟ। ଏହି ସାରର ବ୍ୟବହାର ଫଳରେ ଫସଲର ଉତ୍ପାଦନ ଖର୍ଚ୍ଚ ଓ ୟୁରିଆ ସାରର ବ୍ୟବହାର ୫୦ ପ୍ରତିଶତ ପର୍ଯ୍ୟନ୍ତ କମ କରାଯାଇ ପାରିବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+