ଜୈବିକ କୃଷି ଉପାଦାନର ବ୍ୟବହାରକୁ ଗୁରୁତ୍ଵ: ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

କୃଷି ଭବନଠାରେ ଆୟୋଜିତ ବୈଠକରେ କୃଷି ବିଭାଗର ବିଭିନ୍ନ ଯୋଜନାରେ ଚାରାରୋପଣ କାର୍ଯ୍ୟକ୍ରମରେ ଜୈବିକ କୃଷି ଉପାଦାନର ବ୍ୟବହାର ସଂପର୍କରେ ସମୀକ୍ଷା ହୋଇଛି । ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଥିବା 'ଜୈବିକ ଖତ', 'ଜିଆ ଖତ', 'ମୋ ଖତ' ଇତ୍ୟାଦିର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଭାବରେ ନମୁନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ୭ ଦିନ ମଧ୍ୟରେ ଜୈବିକ କୃଷି ଉପାଦାନର ବ୍ୟବହାର ସମ୍ବନ୍ଧୀୟ ଏକ ମାର୍ଗଦର୍ଶିକା ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏଥିସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦକ୍ଷତା ବିକାଶ କରି ଅଧିକ ସଂଖ୍ୟାରେ ଜୈବିକ ଖତ ପ୍ରସ୍ତୁତ କାର୍ଯ୍ୟରେ ନିୟୋଜିତ କରାଯାଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ଖତକୁ ବିଭାଗର ବିଭିନ୍ନ ଯୋଜନାରେ କିଣିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

agriculture_department

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ସବୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଜିଆ ଖତ ପ୍ରସ୍ତୁତ କରିବା ପାଇଁ ତାଲିମ ମାଧ୍ୟମରେ ଆବଶ୍ୟକ କୌଶଳ ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ସ୍ଥାପିତ ଜିଆଖତ ପ୍ରକଳ୍ପ ଉଦ୍ୟୋଗୀମାନଙ୍କଠାରୁ ମଧ୍ୟ ପ୍ରସ୍ତୁତ ଖତର ଗୁଣାତ୍ମକ ମାନ ପରୀକ୍ଷା କରି ବିଭାଗ ପକ୍ଷରୁ କିଣାଯିବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ବେସରକାରୀ 'ଖତ' ଯୋଗାଣକାରୀ ସଂସ୍ଥାଗୁଡ଼ିକ ଦ୍ଵାରା ପ୍ରସ୍ତୁତ ଖତର ଗୁଣାତ୍ମକ ମାନ ନିରୀକ୍ଷଣ ଓ ସେମାନଙ୍କ ପ୍ଲାଣ୍ଟର କ୍ଷମତା ପରିଦର୍ଶନ କରିବା ପାଇଁ ବିଭାଗର ଏକ ବୈଷୟିକ ଦଳ ପଠାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ 'ସୁରଭି' ଆଉଟ୍‌ଲେଟ୍‌ ମାଧ୍ୟମରେ 'ଖତ' ସହ ଛୋଟ ଛୋଟ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉଥିବା ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମିଶନ ଶକ୍ତି ବିଭାଗର ରାଜ୍ୟ ମିଶନ୍ ଡାଇରେକ୍ଟର ତଥା ସିଇଓ ଡ. ଏନ୍. ତିରୁମାଲା ନଗର ଓ ଗୃହ ନିର୍ମାଣ ବିଭାଗ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ସ୍ୱଚ୍ଛ ଭାରତ, ମୃତ୍ତିକା ବିଭାଜିକା ନିର୍ଦ୍ଦେଶାଳୟର ବରିଷ୍ଠ ଅଧ‌ିକାରୀ ଯୋଗଦେଇଥ‌ିଲେ । ଏଥିସହ ସମସ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ପି.ଡି., ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+