ପ୍ରତ୍ୟେକ ଶୁକ୍ରବାର ହସ୍ତତନ୍ତ ଲୁଗା ପିନ୍ଧିବେ କୃଷି ବିଭାଗର କର୍ମଚାରୀ

Agriculture and Farmers Empowerment Department: Agriculture and Farmers Empowerment Department Employees insisted to Wear Handlooms At Least Once A Week By New Agri Secy of Odisha Mr.Arabinda Kumar Padhee ପ୍ରତ୍ୟେକ ଶୁକ୍ରବ

ଭୁବନେଶ୍ୱର: ରାଜ୍ୟର ଅଗଣିତ ବୁଣାକାରଙ୍କୁ ପ୍ରୋତ୍ସାହନ ଲାଗି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରୟାସ । କୃଷି ବିଭାଗର କର୍ମଚାରୀ ସପ୍ତାହରେ ଗୋଟିଏ ଦିନ ଅର୍ଥାତ ପ୍ରତ୍ୟେକ ଶୁକ୍ରବାର ଦିନ ହସ୍ତତନ୍ତ ଲୁଗା ପିନ୍ଧିବାକୁ ଅନୁରୋଧ କରାଯାଇଛି । ଯେଉଁଥି ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢୀ ଚିଠି ଲେଖି ଅନୁରୋଧ କରିଛନ୍ତି । ନିଜେ ମଧ୍ୟ ଅନେକ ସମୟରେ ହସ୍ତତନ୍ତ ପୋଷକ ପରିଧାନ କରିଥାନ୍ତି ।

Mr.Arabinda Kumar Padhee

ସମ୍ବଲପୁରୀ ବସ୍ତ୍ରର ଚାହିଦା କେବଳ ରାଜ୍ୟ କି ଦେଶରେ ନୁହେଁ ବିଦେଶରେ ମଧ୍ୟ ରହିଛି । ଏପରିକି ଯୁବପିଢି ମଧ୍ୟ ସମ୍ବଲପୁରୀ ବସ୍ତ୍ରକୁ ବେଶ ପସନ୍ଦ କରୁଛନ୍ତି । ସମ୍ବଲପୁରୀ ପାଟରୁ ଆରମ୍ଭ କରି ମାଣିଆବନ୍ଧରେ ହେଉଥିବା କାରୁକାର୍ଯ୍ୟକୁ ବେଶ୍ ପସନ୍ଦ ମଧ୍ୟ କରାଯାଉଛି । ଖାସ୍ ସେଥିପାଇଁ ରାଜ୍ୟ ଐତିହ୍ୟ ସମ୍ପନ୍ନ ହସ୍ତତନ୍ତର ପ୍ରୋତ୍ସାହନ ଓ ବୁଣାକାରଙ୍କ ସମ୍ମାନ ଉଦ୍ଦେଶ୍ୟରେ ଅରବିନ୍ଦ କୁମାର ପାଢୀ ଏପରି ଅନୁରୋଧ କରିଛନ୍ତି । ତେବେ ବୁଣାକାରଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ଏପରିକି ବ୍ୟକ୍ତିଗତ ସ୍ତରରେ ମଧ୍ୟ ବୁଣାକାରଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+