ଭାରତୀୟ ନୌସେନାରେ ଚାକିରି ସୁଯୋଗ: ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ
Agniveer Recruitment 2025: ଅନେକ ଯୁବକ ଭାରତୀୟ ନୌସେନାରେ ଚାକିରି କରିବାର ସ୍ୱପ୍ନ ଦେଇଥାନ୍ତି । ତେବେ ବର୍ତ୍ତମାନ ଚାକିରି କରିବା ପାଇଁ ସୁଯୋଗ ରହିଛି । ଭାରତୀୟ ନୌସେନା ଅଗ୍ନିବୀର ଏସଏସଆର୍ ଏବଂ ମିଡିକାଲ ପଦବୀ ପାଇଁ ୨୦୨୫ ବ୍ୟାଚ୍ ଅଧୀନରେ ନିଯୁକ୍ତି ବାହାରିଛି ।
ତେବେ ଏହି ଦୁଇଟି ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀ ଅନଲାଇନ୍ ଆବେଦନ କରି ପାରିବେ । ଭାରତୀୟ ନୌସେନା ଅଗ୍ନିବୀରେ ଏହି ପଦବୀ ପାଇଁ ଆବେଦନ କରିବା ଶେଷ ତାରିଖ ହେଉଛି ୧୦ ଏପ୍ରିଲ ୨୦୨୫ । ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।

ଏହି ମାନେ କରି ପାରିବେ ଆବେଦନ
SSR ପଦବୀ ପାଇଁ ପ୍ରାର୍ଥୀଙ୍କୁ ସ୍ୱାକୃତିପ୍ରାପ୍ତ ବୋର୍ଡରୁ ଗଣିତ ଏବଂ ପଦାର୍ଥ ବିଜ୍ଞାନ ସହିତ ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ସେହିପରି ବିଜ୍ଞାନ, ଜୀବ ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ, ମଧ୍ୟରୁ ଯେ କୌଣସି ବିଷୟରେ ଅଧ୍ୟୟନ କରିବା ଉଚିତ । ତେବେ MR ପଦବୀ ପାଇଁ ଦଶମ ପାସ୍ କରିଥିବା ଜରୁରୀ ।
ବୟସ ସୀମ
ଏହି ଚାକିରି ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୭ ବାର୍ଷରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ୍ । ସେହିପରି ଆବେଦନକାରୀଙ୍କ ଜନ୍ମ ପ୍ରମାଣପତ୍ର ଏବଂ ବୈଧ ଡକ୍ୟୁମେଣ୍ଟର ଆବଶ୍ୟକତା ରହିଛି ।
ଆବେଦନ ଶୁଳ୍କ
ସାଧାରଣ, ଓବିସି ଏବଂ ଇଡବ୍ଲୁଏସ୍ ବର୍ଗର ପ୍ରାର୍ଥୀଙ୍କ ପାଇଁ ଶୁଳ୍କ ୫୫୦ ଟଙ୍କା ରହିଛି । ସେହିପରି SC,ST ବର୍ଗର ପ୍ରାର୍ଥୀଙ୍କ ପାଇଁ ମଧ୍ୟ ସମାନ ଶୁଳ୍କ ରହିଛି । ଅନଲାଇନ୍ ପେମେଣ୍ଟ କରିବାର ସୁବିଧା ରହିଛି ।
ଆବେଦନ କରିବାର ପ୍ରକ୍ରିୟା
ଅଫିସିଆଲ୍ ୱେବସାଇଟ୍ joinindiannavy.gov.in କୁ ଯାଆନ୍ତୁ ।
ପରେ New Registration ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଏବଂ ପଞ୍ଜୀକରଣ କରନ୍ତୁ
ପଞ୍ଜୀକରଣ ପରେ ୱେବସାଇଟରେ Login କରନ୍ତୁ
ଦରକରାଥିବା ସମସ୍ତ ସୂଚନା ସଠିକ୍ ଭାବେ ଭରନ୍ତୁ
ଏହାପରେ ଅନଲାଇନ୍ ମାଧ୍ୟମରେ ଅବେଦନ ଶୁଳ୍କ ଦିଅନ୍ତି । କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ବ୍ୟବହାର କରିପାରିବେ
Submit ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ
ଏହାର ଏକ ପ୍ରିଣ୍ଟ ଆଉଟ୍ ବାହାର କରି ନିଜ ପାଖରେ ରଖି ନିଅନ୍ତୁ ।












Click it and Unblock the Notifications