'ଅଗ୍ନିପଥ' ବିରୋଧୀ ଆନ୍ଦୋଳନ: ବିକ୍ଷୋଭକାରୀଙ୍କୁ ବୁଝାଇଲେ କଟକ ଡିସିପି ପିନାକ ମିଶ୍ର

ଅଗ୍ନିପଥ' ବିରୋଧୀ ସାରା ଦେଶରେ ଆନ୍ଦୋଳନ । ସେନାରେ ଭର୍ତ୍ତି ନେଇ ହୋଇଥିବା ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି । ଏପରି ବିକ୍ଷୋପ ଆଜି ମଧ୍ୟ କଟକରେ ଦେଖିବାକୁ ମିଳିଛି ।

କଟକ: 'ଅଗ୍ନିପଥ' ବିରୋଧୀ ସାରା ଦେଶରେ ଆନ୍ଦୋଳନ । ସେନାରେ ଭର୍ତ୍ତି ନେଇ ହୋଇଥିବା ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି । ଏପରି ବିକ୍ଷୋପ ଆଜି ମଧ୍ୟ କଟକରେ ଦେଖିବାକୁ ମିଳିଛି । କଟକରେ ଥିବା ଆର୍ମି ରିକୃଟମେଣ୍ଟ ଅଫିସ ଘେରିଛନ୍ତି ଆଶାୟୀ ପ୍ରାର୍ଥୀ । ହଜାରରୁ ଅଧିକ ଆଶାୟୀ ପ୍ରାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

Agneepath Protest

ଏହି ସମୟରେ ବିକ୍ଷୋଭକାରୀଙ୍କୁ ବୁଝାଇଛନ୍ତି କଟକ ଡ଼ିସିପି ପିନାକ ମିଶ୍ର । ଏହି ଯୋଜନାରେ ପିଲାଙ୍କ ପାଇଁ ଭବିଷ୍ୟତ ଥିବା କହିଛନ୍ତି ପିନାକ ମିଶ୍ର । ଆଇନକୁ ହାତକୁ ନେଲେ ପୋଲିସ କେସ୍ ହେବା ସହ ଭବିଷ୍ୟତ ଉପରେ ପ୍ରଭାବ ପଡ଼ିବ ବୋଲି ଆନ୍ଦୋଳନକାରୀଙ୍କୁ ବୁଝାଇଛନ୍ତି କଟକ ଡ଼ିସିପି । ଅଗ୍ନିପଥ ଯୋଜନାକୁ ନେଇ ଯଦି କିଛି ଅଭିଯୋଗ ଅଛି ଠିକ୍ ଫୋରମରେ ଅଭିଯୋଗଗ କରନ୍ତୁ ବୋଲି କହିଛନ୍ତି ଡ଼ିସିପି । ଭଙ୍ଗାରୁଜା ଓ ବେଆଇନ୍ କାମ ନକରି ଶୃଂଖଳା ରକ୍ଷା କରିବାକୁ କହିଛନ୍ତି ଡ଼ିସିପି ପିନାକ ମିଶ୍ର ।

ସେପଟେ ଅଗ୍ନିପଥ ଯୋଜନାକୁ ନେଇ ବିଜେଡ଼ି ସାଂସଦ ଅମର ପଟ୍ଟନାୟକ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଅଗ୍ନିପଥ 'ଦେଶ ସେବା ଲାଗି ଯୁବଗୋଷ୍ଠୀଙ୍କ ପାଇଁ ଏକ ଉତ୍ତମ ଯୋଜନା । ଅଗ୍ନିବୀରଙ୍କୁ ଚାକିରିରେ ଅଗ୍ରାଧିକାର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବା ନେଇ ସେ ଦାବି କରିଛନ୍ତି । ସରକାରୀ ଚାକିରି ପାଇଁ ନିଯୁକ୍ତି ନିୟାମାବଳୀରେ ଉଲ୍ଲେଖ କରାଯାଉ ବୋଲି ସେ କହିଛନ୍ତି ।

ସୂଚନାଥାଉ କି, ଅଗ୍ନିପଥ' ଯୋଜନାରେ ନିଯୁକ୍ତ ହେବାକୁ ଥିବା ସୈନିକମାନେ ମାତ୍ର ୪ ବର୍ଷ ପାଇଁ ଚାକିରି କରିବେ। ବାର୍ଷିକ ୪୫,୦୦୦ରୁ ୫୦,୦୦୦ ଆଶାୟୀ ଚୟନ କରାଯାଉଥିଲେ ବି 'ପର୍‌ମାନେଣ୍ଟ୍‌ କମିସନ୍' ଅଧୀନରେ ମାତ୍ର ୨୫% ସୈନିକଙ୍କୁ ଆଉ ୧୫ ବର୍ଷ ପର୍ଯ୍ୟନ୍ତ ଚାକିରିରେ ରଖାଯିବ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଦେଶର କେତେକ ରାଜ୍ୟରେ ପ୍ରତିବାଦ ତୀବ୍ରତର ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+