ପୁରୀରେ ଅଘଟଣ, ଜାଗା ଦର୍ଶନ ବେଳେ ୧୦ ଭକ୍ତ ଅସୁସ୍ଥ

ଶ୍ରୀମନ୍ଦିରରେ ଅଘଟଣ । ଠାକୁରଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଠେଲାପେଲା । ୧୦ ଭକ୍ତ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

pri mandir

ଖବର ଅନୁଯାୟୀ, ଗତ କିଛି ହେବ ପୁରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଲାଗିରହିଛି । ଏପିରିକି ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିଲା । ଯାହାର ପରିଣତି ସୋମବାର ଦିନ ସକାଳ ସମୟରେ ଦେଖିବାକୁ ମିଳିଛି । ଶ୍ରୀମନ୍ଦିରର ବାହାର କାଠ ନିକଟରେ ଠାକୁରଙ୍କୁ ଦର୍ଶନ ସମୟରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ପରି ସ୍ଥିତି ହୋଇଥିଲା । ଯେଉଁଥିରେ ଠାକୁରଙ୍କୁ ଦର୍ଶନ ପାଇଁ ଆସିଥିବା ୧୦ ଜଣ ଭକ୍ତ ଠେଲାପେଲା ଭିତରେ ଅସୁସ୍ଥ ହୋଇଥିଲେ । ଏହାପରେ ସମସ୍ତ ଅସୁସ୍ଥଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ୪ ଜଣ ଭକ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+