Get Updates
Get notified of breaking news, exclusive insights, and must-see stories!

ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ, ମହିଳା କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା

କେନ୍ଦ୍ର ସରକାର ଗ୍ୟାସ୍ ସିଲିଣ୍ତର ପିଛା ୫୦ଟଙ୍କା ଦର ବୃଦ୍ଧି କରିବା ପ୍ରସଙ୍ଗରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରି ସାରା ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିକ୍ଷୋବ ପ୍ରଦର୍ଶନ କରାଯାଉଛି ।

Congress

ଭଦ୍ରକ: କେନ୍ଦ୍ର ସରକାର ଗ୍ୟାସ୍ ସିଲିଣ୍ତର ପିଛା ୫୦ଟଙ୍କା ଦର ବୃଦ୍ଧି କରିବା ପ୍ରସଙ୍ଗରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରି ସାରା ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିକ୍ଷୋବ ପ୍ରଦର୍ଶନ କରାଯାଉଛି । ଆଜି ଭଦ୍ରକରେ ମହିଳା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାନେତ୍ରୀ ସବିତା ଚାନ୍ଦଙ୍କ ନେତୃତ୍ୱରେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରାଯାଇଛି ।

କଂଗ୍ରେସର ଏହି ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ସୁବ୍ରତ ଦାସ, କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି, ମହିଳା କଂଗ୍ରେସ ଉପ ସଭାନେତ୍ରୀ ଶର୍ମିଷ୍ଠା ପଣ୍ତା, ସାଧାରଣ ସମ୍ପଦିତା ତିଳୋତ୍ତମା ଜେନା, ପ୍ରଭାତ ନଳିନୀ ପଣ୍ତା, ଅସରଫ ଅଲ୍ଲୀ ଖାଁ, ବିଜୟ ବାରିକ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ସମାଆଲୋଚନା କରିଥିଲେ ।

ସୂଚନାଥାଉ ଯେ, କିଛି ଦିନ ପୂର୍ବରୁ ବିଜେଡି ପକ୍ଷରୁ ମଧ୍ୟ ଏହି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇଥିଲା । କେନ୍ଦ୍ର ସରକାର ଗ୍ୟାସ୍ ସିଲିଣ୍ତର ପିଛା ୫୦ ଟଙ୍କା ବୃଦ୍ଧି କରିବା ପ୍ରସଙ୍ଗରେ ବିଜେଡି ଏକ ସମ୍ବାଦିନ ସମ୍ମିଳନୀ କରି ଖଣ୍ତପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ନିନ୍ଦା କରି କହିଥିଲେ ଯେ, ହଠାତ୍ ଏପରି ଗ୍ୟାସ୍ ସିଲଣ୍ତର ପିଛା ଦର ବୃଦ୍ଧି କରିବା ନିଷ୍ପତ୍ତିକୁ କେହି ଗ୍ରହଣ କେହି ଗ୍ରହଣ କରିପାରୁ ନାହଁନ୍ତି । ଏହା ସବୁ ବର୍ଗର ଲୋକଙ୍କୁ ବାଧୁଛି । ଦର ବୃଦ୍ଧିକୁ ନେଇ ସମସ୍ତେ ଏବେ ଚିନ୍ତାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+