Get Updates
Get notified of breaking news, exclusive insights, and must-see stories!

ବଢିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରସନ ନମ୍ବର ପ୍ଲେଟ ଅବଧି, ଜଣନ୍ତୁ କେବେ ରହିଛି ଶେଷ ତାରିଖ

ପୁଣି ବଢିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରସନ ନମ୍ବର ପ୍ଲେଟ ଅବଧି

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି ପୁଣି ବଢାଇଲେ ସରକାର । ଆଉ ମାସେ ଅବଧି ବଢାଇବା ପାଇଁ ନିଷ୍ପତ୍ତି ନେଲା ରାଜ୍ୟ ପରିବହନ ବିଭାଗ । ଗାଡ଼ି ନମ୍ୱର ଶେଷରେ ୧, ୨, ୩, ୪ ଥିଲେ ଶେଷ ତାରିଖ ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି । ସେହିପରି ୫, ୬ ନମ୍ବର ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି । ୭, ୮ ଥିଲେ ୨୦୨୩ ଜାନୁଆରୀ ୩୧ ଶେଷ ତାରିଖ ଏବଂ ୯ ଓ ୦ ଥିଲେ ଶେଷ ତାରିଖ ୨୦୨୩ ଫେବୃଆରୀ ୨୮ ତାରଖକୁ ଅବଧି ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରିଛି ।

high security number plate

ଜୁନ ୧ରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ପାଇଁ ଆବେଦନ ଆରମ୍ଭ ହୋଇଥିଲା । www.siam.in ପୋର୍ଟାଲକୁ ଯାଇ ଆବେଦନ କରିପାରିବେ । ପୂର୍ବରୁ ମଧ୍ୟ ଦୁଇ ଥର ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରସନ ପ୍ଲେଟ ଲଗାଇବା ନେଇ ବଢ଼ିଲା ଅବଧି ବଢାଇଯାଇଥିଲା । ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ସ୍ଲଟ ବୁକିଂ କରିବା ପରେ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିସେମ୍ବର ମାସ ଯାଏ ସ୍ଲଟ ନଥିବା ବେଳେ ଭିତ୍ତିଭୂମିର ମଧ୍ୟ ଅଭାବ ଦେଖାଯାଇଛି। ନମ୍ବର ଲଗାଇବାକୁ ଘଣ୍ଟା ଘଣ୍ଟା ଧରି ଲୋକମାନେ ବିଭିନ୍ନ ଶୋ' ରୁମ ବାହାରେ ଅପେକ୍ଷା କରୁଛନ୍ତି। ଏହି ସବୁ ସମସ୍ୟାର ସମାଧାନ ପାଇଁ କିଛି ଲୋକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଶୁଶାଣିରେ ହାଇକୋର୍ଟ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+