ପୁଣି ଜୀବନ ନେଲା ମୁକୁଳା ଡ୍ରେନ
କଟକ : ପୁଣି ଜୀବନ ନେଲା ମୁକୁଳା ଡ୍ରେନ। କଟକ ନିମସାହିରେ ଥିବା ଏକ ଡ୍ରେନ୍ରେ ଭିତରେ ପଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ କଟକ ଝୋଲାସାହି ଅଞ୍ଚଳରେ ଭଡ଼ାରେ ରହୁଥିଲେ ବୋଲି ଜଣା ପଡିଛି। ତାଙ୍କ ନାମ ରାହୁଲ ଓ ସେ ରାଜସ୍ଥାନର ବୋଲି ଜଣାପଡିଛି ।
ଗତକାଲି ସେ ଘରକୁ ଫେରୁଥିବା ବେଳେ ବିମ୍ବଳେଇ ମନ୍ଦିର ନିକଟରେ ଦେଇ ଯାଇଥିବା ଏକ ବଡ଼ ଡ୍ରେନ୍ରେ ପଡ଼ି ଯାଇଥିଲେ । ପ୍ରାୟ ୪୫ ମିନିଟ୍ ପରେ ବର୍ଷା ଟିକିଏ ଛାଡ଼ିଆସିବା ପରେ ତାଙ୍କ ହାତ ଡ୍ରେନ୍ ଉପରକୁ ଦିଶିଥିଲା । ପରେ ସେ ଡ୍ରେନରେ ପଡିଥିବା ଜଣା ପଡ଼ିଥିଲା।

ତାଙ୍କୁ ସ୍ଥାନୀୟ ଲୋକେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଏସ୍ସିବି ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ୍ୟରୁ କାରଣ ସ୍ପଷ୍ଟ ହୋଇ ନାହିଁ। ବାତ ମାରିବାରୁ ସେ ଡ୍ରେନ୍ରେ ପଡିଯାଇଥିବା ଏବଂ ପରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ବର୍ଷା ହେତୁ ଭୁବନେଶ୍ୱର ଓ କଟକରେ ନାହିଁ ନଥିବା ଅସୁବିଧା। ଡ୍ରେନେଜ୍ ସମସ୍ୟା ଯୋଗୁଁ ନର୍ଦ୍ଦମା ପାଣିରେ ଭାସୁଛି ସହର ।ଗଳି, ମୁଖ୍ୟ ରାସ୍ତା-ଡ୍ରେନ୍ ସବୁ ଏକାକାର।ନର୍ଦ୍ଦମା ପାଣି ଉଚ୍ଛୁଳି ଘରେ ଘରେ ପଶିଯାଇଛି ।
ଗତକାଲି ଭଦ୍ରକରେ ସର୍ବାଧିକ ୧୬୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜଗତସିଂହପୁରରେ ୧୩୨ ଦଶମିକ ୬, ଝାରସୁଗୁଡାରେ ୧୨୧ ମିଲିମିଟର, ଚାନ୍ଦବାଲିରେ ୮୦ ଏବଂ ଭୁବନେଶ୍ୱରରେ ୪୬ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।












Click it and Unblock the Notifications