ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ,ଦିନକୁ ଦିନ ଜନବସତି ମୁହାଁ ହେଉଛନ୍ତି ହାତୀ
Again a death of tusk , day by day encroaching the human habitatsପୁଣି ଏକ ଦନ୍ତା ହାତୀର ମୃତ୍ୟୁ ,ଦିନକୁ ଦିନ ଜନବସତି ମୁହାଁ ହେଉଛନ୍ତି ହାତୀ
ବାଲେଶ୍ଵର: ଦିନକୁ ଦିନ ହାତୀଙ୍କ ଜୀବନ ପ୍ରତି ବିପଦ ବଢିବାରେ ଲାଗିଛି ।କେତେବେଳେ ବିଦ୍ୟୁତ ଆଘାତରେ ତ କେତେବେଳ ଶିକାରୀମାନେ ଶିକାର କରୁଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି ଯାହାର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ କିଛିଦିନ ପୂର୍ବରୁ ଏହି ଅଞ୍ଚଳରେ ଜଣେ ଯୁବକଙ୍କ ମୃତ୍ୟୁ ହାତୀ ଆକ୍ରମଣରେ ହୋଇଥିଲା । ତେବେ ଲୋକଙ୍କ ଆକ୍ରୋଶର ହାତୀର ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

କିଛିଦିନ ହେବ କୂଲଡିହା ଅଭ୍ୟାରଣ୍ୟର କିଛି ହାତୀପଲ ବାଲେଶ୍ଵର ଜିଲ୍ଲା ନୀଳଗିରି ବନବିଭାଗ ଅଧୀନ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ଦେଖିବାପାଇଁ ମିଳୁଥିଲେ ।ତେବେ ରାତିରେ ଜନବସତିରେ ହାତୀଙ୍କ ଉପଦ୍ରବ ମଧ୍ୟ ଦେଖିବା ପାଇଁ ମିଳିଥିଲା । ରବିବାର ରାତିରେ ନରଣପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ କରିବାବେଳେ ବିଳମ୍ୱିତ ରାତିରେ ଏକ ଦନ୍ତା ବରାଗଡ଼ିଆ ଅଞ୍ଚଳରେ ଜୋରରେ ଚିତ୍କାର କରିଥିଲା। ଭୟ ହାତୀ ନିକଟକୁ କେହି ଯାଇ ନଥିଲେ ଓ ସୋମବାର ସକାଳେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ହାତୀର ମୃତ ଦେହ ଦେଖିବାକୁ ଘଟଣା ସ୍ଥଳରେ ନୀଳଗିରି ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ବ କରିଛନ୍ତି ଏବେ ଅପେକ୍ଷା ଶବ ବ୍ୟବଚ୍ଛେଦ ରିପୋର୍ଟକୁ । ଅନ୍ୟପଟେ ହାତୀର ମୃତ ଦେହକୁ ଗ୍ରାମବାସୀ ଫୁଲ ଦେଇ ପୂଜା କରୁଥିବା ଦେଖିବା ପାଇଁ ମିଳିଥିଲା।ସେପଟେ ଏଭଳି ହାତୀ ମୃତ୍ୟୁକୁ ନେଇ ପୂର୍ବତନ ବନ ବିଭାଗ ୱାର୍ଡେନ ପ୍ରକାଶ ମର୍ଦରାଜ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।












Click it and Unblock the Notifications